ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଏହି କ୍ରମରେ ଯାତ୍ରୀ ସୁରକ୍ଷା ପାଇଁ ପୂବର୍ତfଟ ରେଳପଥ ପକ୍ଷରୁ ଗତ ୨୨ରୁ ୨୯ ତାରିଖ ମଧ୍ୟରେ ୨୦୩ଟି ଟ୍ରେନ୍‌କୁ ବାତିଲ କରାଯାଇଥିଲା। ତେବେ ଶୁକ୍ରବାର ବାତ୍ୟା ପ୍ରଭାବ କମିବା ପରେ ରେଳଚଳାଚଳ ସ୍ବାଭାବିକ କରିବା ତଥା ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ବ୍ୟାପକ ବେନ୍ଦାବସ୍ତ କରାଯାଉଛି।
ବାତ୍ୟାକାଳରେ ପୁରୀ, ପାରାଦୀପ, ଧାମରା, କେନ୍ଦୁଝର ଏବଂ ତାଳଚେର ଆଡ଼କୁ ଶାଖା ଲାଇନ ସମେତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନର ବ୍ରହ୍ମପୁର-ଭଦ୍ରକ ରେଳ ସେକ୍ସନରେ ଟ୍ରେନ ସେବାକୁ ବାତିଲ କରାଯାଇଥିଲା। ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ଟିମ୍‌ ଏବେ ମଧ୍ୟ ରେଳ ସେକ୍ସନରେ କାର୍ଯ୍ୟ କରୁଛନ୍ତି। ପ୍ରବଳ ବର୍ଷା ହେତୁ ପ୍ରମୁଖ ପରିସ୍ଥିତି ଗୁଡିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବ୍ରିଜ, ଛୋଟ ବ୍ରିଜ ଏବଂ ସମ୍ବେଦନଶୀଳ ସ୍ଥାନଗୁଡିକ କ୍ରମାଗତ ଭାବରେ ନଜର ରଖାଯାଇଥିବାବେଳେ ଏହି ବାତ୍ୟା ଯଖପୁରା-ଜାରୋଲି, ନର୍ଗୁଣ୍ଡି-ଭଦ୍ରକ, ହରିଦାସପୁର-ପାରାଦୀପ ଏବଂ କଟକ-ପାରାଦୀପ ରେଳ ସେକ୍ସନରେ କିଛି ରେଳ ଭିତ୍ତିଭୂମି ଉପରେ ପ୍ରଭାବ ପକାଇଛି। ପୂର୍ବରୁ ସୂଚନା ଦିଆଯାଇଥିବା ବାତିଲ ଟ୍ରେନ ଗୁଡିକ ବ୍ୟତୀତ, ଯାତ୍ରୀବାହୀ ଟ୍ରେନ ସେବା ପୁନଃ ଆରମ୍ଭ ହୋଇଛି।
ଗତ କିଛିଦିନ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ପୁରୀରୁ ସାଲିମାର୍‌ ଏକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ।
ଦକ୍ଷିଣରୁ (ବିଶାଖାପାଟନମ ପାର୍ଶ୍ୱରୁ) ଭୁବନେଶ୍ୱର ଏବଂ ହାଓଡ଼ା ଆଡକୁ ଆସୁଥିବା ଡାଉନ ଟ୍ରେନ ଗୁଡିକ ବର୍ତ୍ତମାନ ଚଳାଚଳ କରୁଛି। ସେହିପରି ଖଡ଼ଗପୁର ପାର୍ଶ୍ୱରୁ ବିଶାଖାପାଟନମ ଆଡକୁ ଅପ ଟ୍ରେନ ଭଦ୍ରକ ଷ୍ଟେଶନରେ ପ୍ରାୟ ଅପରାହ୍ନ ୨ ଘଟିକା ସମୟରେ ଗ୍ରହଣ କରାଯିବ। ଏହି ପାର୍ଶ୍ୱରୁ ପ୍ରଥମେ ୧୨୨୪୫ ହାଓଡ଼ା-ବାଙ୍ଗାଲୋର ଦୁରନ୍ତ ଏକ୍ସପ୍ରେସ ଚଳାଚଳ କରିବ।
ପୂର୍ବ ବିଜ୍ଞପ୍ତି ଦ୍ୱାରା ବାତିଲ ହୋଇଥିବା ଟ୍ରେନ ଗୁଡିକ ବ୍ୟତୀତ ଭୁବନେଶ୍ୱର ଏବଂ ପୁରୀରୁ ଉତ୍ପନ୍ନ ହେବାକୁ ଥିବା ଟ୍ରେନ ସେବା ଏହାର ନିର୍ଦ୍ଧାରିତ ସମୟ ଅନୁଯାୟୀ ପୁଣିଥରେ ଆରମ୍ଭ ହୋଇଛି । କଟକରୁ ସିକନ୍ଦରାବାଦ୍‌ ହାଓ୍ବଡ଼ା ଫାଲକନୁମା ଏକ୍ସପ୍ରେସ୍‌ କଟକରୁ ଯାତ୍ରା କରିଛି। ସେହପରି ସିକନ୍ଦରାବାଦ- ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱରରେ ପହଞ୍ଚତ୍ଛି। ସେହିପରି ଭୁବନେଶ୍ୱରରୁ ଚେନ୍ନାଇ-ହାଓ୍ବଡା କରମଣ୍ଡଳ ଏକ୍ସପ୍ରେସ୍‌ ଯାତ୍ରା କରିଛି। ସେହିପରି ଭଦ୍ରକ-ପାରାଦୀପ, ଭୁବନେଶ୍ୱର ମୁମ୍ବାଇ ସିଏସ୍‌ଏମଟି କୋଣାର୍କ ଏକ୍ସପ୍ରେସ୍‌, ନୂଆଦିଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌, କେନ୍ଦୁଝରଗଡ଼-ପାରାଦୀପ ମେମୁ, ଟାଟାନଗର- ବ୍ରହ୍ମପୁର ବନ୍ଦେଭାରତ, ଅମୃତସର-ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସ, ପୁରୀ-ବାଙ୍ଗିରୀପୋଷି ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri