୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ କରାଯାଇଥିବା ସୂଚନା ମିଳିଛି।

ଅଳ୍ପ ଦୂରତା ବିଶିଷ୍ଟ ଯାତ୍ରୀବାହୀ ଟ୍ରେନ ବାତିଲ ହେବା ଯୋଗୁ ଜିଲା ଓ ପଡୋଶୀ ରାଜ୍ୟରୁ ଆସୁଥିବା ପନିପରିବା ବ୍ୟବସାୟୀ ଓ ଅନ୍ୟମାନେ ପ୍ରଭାବିତ ହୋଇଛନ୍ତି। ଉକ୍ତ ଟ୍ରେନଗୁଡ଼ିକ ଉପରେ ସ୍ଥାନୀୟ ଲୋକେ ମଧ୍ୟ ନିର୍ଭର କରିଥାନ୍ତି। ଖଡ଼ଗପୁର-ଟାଟାନଗର, ସ୍ପେଶାଲ ଟ୍ରେନ୍‌, ବିରମିତ୍ରପୁର ସ୍ପେଶାଲ୍‌ ଟ୍ରେନ୍‌, ଚକ୍ରଧରପୁର-ରାଉରକେଲା ସ୍ପେଶାଲ, ହାଟିଆ-ଟାଟାନଗର ସ୍ପେଶାଲ, ରାଉରକେଲା-ଝାରସୁଗୁଡ଼ା, ଝାରଗ୍ରାମ ସ୍ପେଶାଲ ଆଦି ୨୦ରୁ ଊର୍ଦ୍ଧ୍ୱ ଟ୍ରେନକୁ ବାତିଲ କରାଯାଇଛି।

ଏ ସମ୍ପର୍କରେ ରାଉରକେଲା ଷ୍ଟେଶନ ମ୍ୟାନେଜର ପ୍ରଭାସ ଦାସ କହିଛନ୍ତି, ରେଳବାଇ କାର୍ଯ୍ୟ ଯୋଗୁ ଏପରି ବାତିଲ କରାଯାଇଛି। ଟ୍ରେନ୍‌ ବାତିଲ ହେଲେ ଯାତ୍ରୀମାନଙ୍କ ଉପରେ ପ୍ରଭାବ ନିଶ୍ଚିତ ଭାବେ ପଡ଼ିଛି। ତେଣୁ ୨ ଦିନ ପାଇଁ ଏପରି ଟ୍ରେନ ବାତିଲ ହୋଇଛି। ଏହା ଶନିବାରଠାରୁ ସ୍ବାଭାବିକ ଭାବେ ଚଳାଚଳ କରିବ ବୋଲି ଦାସ କହିଛନ୍ତି।

Share