Categories: ଜାତୀୟ

୭୬୨ କି.ମି. ଆସିବାକୁ ଟ୍ରେନ୍‌କୁ ଲାଗିଲା ବର୍ଷେ

ରାଞ୍ଚି,୨୮।୫: ଛତିଶଗଡ଼ରୁ ଏକ ମାଲ୍‌ବାହୀ ଟ୍ରେନ୍‌ ଚାଉଳ ଧରି ଝାଡ଼ଖଣ୍ଡର ନୂଆ ଗିରିଡିହ ଷ୍ଟେଶନରେ ପହଞ୍ଚିବାକୁ ବର୍ଷେ ଲାଗିଛି। ଏହାକୁ ନେଇ ରେଲଓ୍ବେ ଅଧିକାରୀମାନେ ବିସ୍ମିତ ହୋଇଛନ୍ତି। ଗତବର୍ଷ ଚାଉଳ ବୋଝେଇ ଟ୍ରେନ୍‌ଟି ଯାତ୍ରା ଆରମ୍ଭ ରକିଥିଲା। ୭୬୨ କି.ମି. ଅତିକ୍ରମ କରି ନୂଆ ଗିରିଡିହ ଷ୍ଟେଶନ୍‌ରେ ଗୁରୁବାର ପହଞ୍ଚିଛି। ସରକାରୀ କଳର ଅବହେଳା ଯୋଗୁ ଗରିବଙ୍କୁ ଦିଆଯିବାକୁ ଥିବା ଖାଦ୍ୟଶସ୍ୟ ନଷ୍ଟ ହୋଇଯାଇଛି। ଷ୍ଟେଶନ୍‌ମାଷ୍ଟର ପଙ୍କଜ କୁମାର କହିଛନ୍ତି, ଏହି ଦାୟିତ୍ୱରେ ଥିବା ରେଲଓ୍ବେ ଅଧିକାରୀମାନେ ଆସନ୍ତା ୩୧ରେ ଆସିବା ପରେ ତଦନ୍ତ କରାଯିବ। ଇତିମଧ୍ୟରେ ମହେଶଲୁଣ୍ଡି ପଞ୍ଚାୟତ ନିର୍ବାଚିତ ସରପଞ୍ଚ ଶିବନାଥ ସାଭେ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଘଟଣାର ତଦନ୍ତ କରି ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Share