ଭୟଙ୍କର ଦୁର୍ଘଟଣା: ଟ୍ରେନ୍‌-କାର୍‌ ଧକ୍କା, ୫ ଜଣଙ୍କ ଜୀବନ ଗଲା

ହଙ୍ଗେରୀ,୫ା୯: ସୋମବାର ହଙ୍ଗେରୀର ଦକ୍ଷିଣ ଭାଗରେ ଥିବା ଏକ ରେଳ କ୍ରସିଂରେ ଟ୍ରେନ୍‌ ଏବଂ କାର୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ଯେତେବେଳେ ଟ୍ରେନ୍‌ ରେଳ କ୍ରସିଂ ନିକଟରେ ଯାଉଥିଲା, ସେତେବେଳେ ଏକ କାର୍‌ ନିୟନ୍ତ୍ରଣ ବାହାରକୁ ଚାଲି ଆସି ଟ୍ରେନ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାର୍‌ରେ ବସିଥିବା ୪ ଯାତ୍ରୀ ଏବଂ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ପୋଲିସ ସୂଚନାରୁ ପ୍ରକାଶ, ଏହି ଘଟଣା କୁନଫେର୍ଟୋ ଗ୍ରାମ ନିକଟରେ ଆଜି ସକାଳ ୬.୪୫ରେ ଘଟିଥିଲା। ପୋଲିସ କହିଛି, କାର୍‌ଟି ଅଣଓସାରିଆ ରାସ୍ତା ପାର୍‌ ହେଉଥିଲା। ଏହି ସମୟରେ ଟ୍ରେନ୍‌ ସହ ଧକ୍କା ହେବାରୁ କାର୍‌ରେ ଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ଟ୍ରେନରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ଘଟିନାହିଁ। ଟ୍ରେନ୍‌ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Share