ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍‌: ଟ୍ରେନ ଚଳାଚଳ ବ୍ୟାହତ

କୋରାପୁଟ,୨୧।୧୦(ଅମିତାଭ ବେହେରା): କୋରାପୁଟ-ବିଶାଖାପାଟଣା ଟ୍ରେନ୍‌ ଲାଇନରେ ସୋମବାର ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। କୋରାପୁଟ କୋତାବାଲସା ରୁଟ୍‌ ଚିମିଡ଼ିପାଲ୍ଲୀ ଷ୍ଟେଶନ ନିକଟରେ ଟ୍ରେନର ୫ ନମ୍ବର ବଗି ଲାଇନ୍‌ଚ୍ୟୁତ ହୋଇଛି।

କୋରାପୁଟ ରେଲୱେ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଛତିଶଗଡ ବଚେଲିରୁ ଷ୍ଟେଶନ ଅଞ୍ଚରୁ ଏକ ଲୁହାପଥର ବୋଝେଇ ଟ୍ରେନ ବିଶାଖାପାଟଣା ଯାଉଥିବା ବେଳେ ଚିମିଡ଼ିପାଲ୍ଲୀ ଷ୍ଟେଶନ ନିକଟରେ ଟ୍ରେନର ୫ ନମ୍ବର ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଫଳରେ ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି। ଖବର ପାଇଁ ଉଭୟ ବିଶାଖାପାଟଣା ଓ କୋରାପୁଟ ଷ୍ଟେଶନରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Share