ତାଇଓ୍ବାନ୍‌ରେ ଟ୍ରେନ୍‌ ଲାଇନଚ୍ୟୁତ: ୪୮ ମୃତ

ତାଇପେଇ, ୩।୪(ଆଇଏଏନ୍‌ଏସ୍‌): ତାଇଓ୍ବାନ୍‌ର ହୁଆଲିଏନ୍‌ରେ ଶୁକ୍ରବାର ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରେନ୍‌ ଲାଇନଚ୍ୟୁତ ହେବାରୁ ଏଭଳି ଭୟାବହ ଦୁର୍ଘଟଣା ଘଟିଛି। ଉକ୍ତ ଲାଇନକୁ ମରାମତି କରିବାକୁ ୭ ଦିନ ଲାଗିଯିବ ବୋଲି ରେଳ କର୍ତ୍ତୃପକ୍ଷ କହିଛନ୍ତି। ୪୦୮ ନମ୍ବର ଟରୋକୋ ଟ୍ରେନ୍‌ ନ୍ୟୁ ତାଇପେଇର ଶୁଲିନ୍‌ରୁ ତାଇତୁଙ୍ଗ୍‌ ଯାଉଥିବାବେଳେ ଡାକିଙ୍ଗ୍‌ଶୁଇ ଟନେଲ୍‌ ନିକଟରେ ଲାଇନଚ୍ୟୁତ ହୋଇଥିଲା। ସେଥିରେ ୩୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଯାନଟି ଗଡ଼ିଆସି ଟ୍ରେନ୍‌ ସହ ମାଡ଼ ହେବାରୁ ଏହା ଲାଇନଚ୍ୟୁତ ହୋଇଥିଲା। ୫ଟି ବଗି ଟନେଲ ଭିତରେ ଫସି ରହିଯାଇଛି।

Share