Advertisement

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୬ ବଗି

କୋରାପୁଟ,୧୧ା୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଭେଜା ନିକଟରେ ଗୁରୁବାର ବିଳମ୍ବିତ ରାତିରେ କୋରାପୁଟ ଷ୍ଟେଶନଠାରୁ ୨୫ କିମି ଦୂରରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି।

ଟ୍ରେନ୍‌ଟି କିରଣ୍ଡୁଲରୁ କୋଇଲା ବୋଝେଇ କରି ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଏହି ସମୟରେ ଭେଜା ନିକଟରେ ଲାଇନଚ୍ୟୁତ ହୋଇଥିଲା। ଟ୍ରାକ୍‌ରୁ ୬ଟି ବଗି ଖସିଯାଇଛି। ଟ୍ରେନ୍‌ ଲାଇନ୍‌ଚ୍ୟୁତ ପରେ ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସକୁ ବାତିଲ କରାଯାଇଛି। ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share