Categories: ଜାତୀୟ

ବିହାରରେ ଟ୍ରେନ୍‌ ଲାଇନ୍‌ଚ୍ୟୁତ: ୫ ମୃତ, ୩୫ ଆହତ

ବକ୍ସାର,୧୨ା୧୦ : ବିହାରର ବକ୍ସାର ଜିଲାରେ ବୁଧବାର ରାତି ୯ଟା ୩୫ରେ ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌ର ୬ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ ଆହତ ହୋଇଛନ୍ତି। ଦେଶରେ ବାରମ୍ବାର ଟ୍ରେନ୍‌ ଦୁର୍ଘଟଣା ଘଟି ଜୀବନ ଯାଉଥିବାରୁ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରୁ ଆସାମର କାମାକ୍ଷା ଅଭିମୁଖେ ଯାତ୍ରା କରୁଥିବା ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌ (ନଂ.୧୨୫୦୬)ର ଅନେକ ବଗି ବକ୍ସାର ଜିଲାର ରଘୁନାଥପୁର ଷ୍ଟେଶନ ନିକଟରେ ଲାଇନଚ୍ୟୁତ ହୋଇଯାଇଥିଲା। ଦୁର୍ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍‌ ଓ ଡାକ୍ତରୀ ଦଳକୁ ପଠାଯାଇଛି। ରେଲଓ୍ବେ ପକ୍ଷରୁ ଏମର୍ଜେନ୍ସି ହେଲ୍‌ପଲାଇନ୍‌ ନମ୍ବର ୯୭୭୧୪୪୯୯୭୧ (ପାଟନା), ୮୯୦୫୬୯୭୪୯୩ (ଦାନାପୁର), ୮୩୦୬୧୮୨୫୪୨ (ଆରା) ଜାରି କରାଯାଇଛି। ବକ୍ସାର ସହରର ହସ୍ପିଟାଲଗୁଡ଼ିକୁ ଜିଲା ପ୍ରଶାସନ ଆଲର୍ଟ କରାଇଛି।

Share