ପାରଳାଖେମୁଣ୍ଡିରେ ପହଞ୍ଚିଲା ପାରଳା ରାଜବଂଶୀୟ ଅମଳର ଟ୍ରେନ୍‌ ଇଞ୍ଜିନ୍‌, ନିର୍ମାଣରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା

ଗଜପତି,୭ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ଆସି ପହଞ୍ଚିଛି ପାରଳାଖେମୁଣ୍ଡି ରାଜବଂଶୀୟଙ୍କ ପୁରାତନ କୀର୍ତ୍ତି। ଲୋକଙ୍କ ଯାତାୟାତ ପାଇଁ ପାରଳା ରାଜବଂଶୀୟ ଯେଉଁ ରେଳସେବା ଆରମ୍ଭ କରିଥିଲେ ପ୍ରାୟତଃ ଅଖଣ୍ଡ ଭାରତବର୍ଷରେ କିଛି ହାତଗଣତି ସ୍ଥାନରେ ହିଁ ରେଳସେବା ରହିଥିଲା। ତେବେ ସେହି ସମୟରେ ପ୍ରଥମ କରି ଯେଉଁ ଇଞ୍ଜିନ ରେଳସେବା ଯୋଗାଇ ଆସୁଥିଲା ତାହା ନାରୋଗଜ୍‌ରେ ଚଳପ୍ରଚଳ କରୁଥିଲା। ଦୀର୍ଘବର୍ଷ ଧରି ଏହି ରେଳ ଇଞ୍ଜିନଟି ପୂର୍ବତଟ ରେଳ ଜୋନ୍‌ ଓ୍ବାଲଟିୟର ଡିଭିଜନ କାର୍ଯ୍ୟାଳୟଠାରେ ଶୋଭାବର୍ଦ୍ଧନ କରୁଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବୀମାନେ ଏହି ଇଞ୍ଜିନଟିକୁ ପାରଳାଖେମୁଣ୍ଡି ଫେରାଇ ଆଣିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ। ଏହି ଦାବିକୁ ଯଥାର୍ଥ ବୋଲି ରେଳ ମନ୍ତ୍ରଣାଳୟ ହୃଦ୍‌ବୋଧ କରିବା ସହ ଫେରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ଯାହାକି ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଉକ୍ତ ଇଞ୍ଜିନ୍‌ଟିକୁ ଶନିବାର ବିଳମ୍ବିତ ରାତିରେ ଉକ୍ତ ଐତିହ୍ୟ ବାର୍ତ୍ତା ବହନ କରୁଥିବା ପାରଳା ରାଜବଂଶ ଟ୍ରେନ୍‌ଟିକୁ ପାରଳାଖେମୁଣ୍ଡିରେ ପହଞ୍ଚାଇଥିଲେ। ଯାହାକୁ ନେଇ ସମଗ୍ର ଗଜପତି ଜିଲାରେ ଖୁସିର ଲହରି ଖେଳିଯାଇଛି।
ସୂଚନାନୁଯାୟୀ, ଏହି ବାଷ୍ପୀୟ ଇଞ୍ଜିନଟି ୧୮୯୯ରେ ଗଜପତି ମହାରାଜା ଗୌରଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମୟରେ ୭ଲକ୍ଷ ଟଙ୍କା ବିନିଯୋଗରେ ତିଆରି ହୋଇଥିଲା। ଏହି ଇଞ୍ଜିନଟି ଷ୍ଟେଶନ ସାମ୍ନାରେ ସବୁବେଳେ ପ୍ରଦର୍ଶିତ ନିମନ୍ତେ ରହି ଷ୍ଟେଶନର ଶୋଭାକୁ ବଢ଼ାଇବା ସହ ପୁରୁଣା ଇତିହାସକୁ ମନେ ପକାଇବ ବୋଲି ମତ ପ୍ରକାଶ ପାଇଛି।

Share