ଭୋପାଳ,୧୦।୭: ମଧ୍ୟପ୍ରଦେଶର ଅନୁପପୁର ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୩୦ରେ ଏକ ମାଲବାହୀ ଟେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୯ ବଗି ବିଶିଷ୍ଟ କୋଇଲା ବୋଝେଇ ଟ୍ରେନ୍ ବିଳାସପୁରରୁ କଟନି ଅଭିମୁଖେ ଯାଉଥିଲା। ଓଲନ ନଦୀ ଉପରେ ନିର୍ମିତ ବ୍ରିଜ୍ରେ ଫାଟ ଥିବାରୁ ଏହାର ୧୬ ବଗି ତଳକୁ ଖସିପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ଟ୍ରେନ୍ ଚଳାଚଳ ସ୍ବାଭାବିକ ଥିବା ରେଲଓ୍ବେ ପକ୍ଷରୁ କୁହାଯାଉଛି।