ଟ୍ରାକ୍ଟରକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌

ଲାଞ୍ଜିଗଡ଼,୧୪ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ଯୋଡ଼ାବନ୍ଧ ନିକଟ ବେଦାନ୍ତ ରେଳ ଫାଟକରେ ଏକ ଟ୍ରାକ୍ଟରକୁ ମାଲବାହୀ ଟ୍ରେନ୍‌ ଧକ୍କା ଦେବାରୁ ଟ୍ରାକ୍ଟରରେ ବସି ଧାନ ଆଣିବାକୁ ଯାଉଥିବା ଶ୍ୟାମସୁନ୍ଦର ପଧାନ ଗୁରୁତର ହୋଇଛନ୍ତି। ସୂଚନାନୁସାରେ ଯୋଡ଼ାବନ୍ଧରୁ ଗୋପୀନାଥପୁରକୁ ସଂଯୋଗ କରୁଥିବା ରେଲୱେ କ୍ରସିଂରେ ଶୁକ୍ରବାର ସକାଳୁ ଗୋପୀନାଥପୁର ଗାଁର କ୍ଷେତ୍ର ପ୍ରଧାନୀଙ୍କ ଟ୍ରାକ୍ଟର ଧାନ ଆଣିବା ପାଇଁ ଚମ୍ପାଦେଈପୁରକୁ ଆସୁଥିଲା। ଏହି ସମୟରେ ରେଲୱେ କ୍ରସିଂରେ ହଠାତ୍‌ ବେଦାନ୍ତ କମ୍ପାନୀର ମାଲବାହୀ ଟ୍ରେନ୍‌ ଟ୍ରାକ୍ଟରକୁ ଧକ୍କାଦେଇଥିଲା। ଫଳରେ ଗାଡ଼ିରେ ଥିବା ଶ୍ୟାମସୁନ୍ଦର ଛିଟିକିପଡ଼ିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ସୂଚନା ଥାଉକି ପୂର୍ବତଟ ରେଳପଥ ଅଧୀନ ସମ୍ବଲପୁର ଡିଭିଜନର ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେଶନ ଭାବେ ରାୟଗଡା ଜିଲା ଅମ୍ବାଦଳା ରେଳ ଜଙ୍କ୍‌ସନ ପରିଚିତ। ୨୦୦୪ରେ ଲାଞ୍ଜିଗଡ଼ଠାରେ ବେଦାନ୍ତ ଆଲୁମିନା ଲିମିଟେଡ୍‌ ସ୍ଥାପନ ହେବା ପରେ ୨୦୧୦ରେ ଅମ୍ବାଦଳା ରେଳ ଷ୍ଟେଶନରୁ ବେଦାନ୍ତ କମ୍ପାନୀକୁ ପ୍ରାୟ ୨୦ କି.ମି. ଦୂର ରେଳଲାଇନ ସଂଯୋଗ ହୋଇଛି। ଏହି ଲାଇନ ଦେଇ ଲାଞ୍ଜିଗଡ଼ ବେଦାନ୍ତ କାରଖାନାକୁ ଦୈନିକ ମାଲ ପରିବହନ ପାଇଁ ମାଲବାହୀ ରେଳ ଯାତାୟାତ କରୁଛି। ହେଲେ ଅଧିକାଂଶ ଗାଁରେ ଲାଇନ କ୍ରସିଂରେ ସୁରକ୍ଷା ବ୍ୟବସ୍ଥା କିମ୍ବା ଫାଟକ ନାହିଁ। ଘଟଣା ସ୍ଥଳକୁ ବେଦାନ୍ତ କର୍ମଚାରୀ ଆସି ଲୋକଙ୍କ ସହ ଆଲୋଚନା କରୁଥିବାବେଳେ ଲୋକେ କ୍ଷତିପୂରଣ ସହ ଓଭରବ୍ରିଜ୍‌ ଯଥାଶୀଘ୍ର ନିର୍ମାଣ କରିବା ପାଇଁ ଦାବି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Kalabaisakhi in Odisha: ଆଲର୍ଟ, ଏସବୁ ଜିଲାରେ ଆଜି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୧୩ା୪(ଅନୁରାଧା ମହାରଣା): କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ଜାରି ରହିଛି। ଶନିବାର ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର...

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image