ରେଲ୍‌ଓ୍ବେ କ୍ରସିଂରେ ଠିଆ ହୋଇଥିଲା କାର୍‌ ଭର୍ତ୍ତି ଟ୍ରକ୍‌, ଦ୍ରୁତ ଗତିରେ ଆସିଲା ଟ୍ରେନ୍‌; ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧୦:  ଆମେରିକାର ଓକାଲୋହୋମାରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ କାର୍‌ ଭର୍ତ୍ତି ଟ୍ରକ୍‌ ଲେଭଲ କ୍ରସିଂ ନିକଟରେ ରାସ୍ତା ପାର୍‌ ପାଇଁ ଠିଆ ହୋଇଥିଲା। ଏହି ସମୟରେ ଏକ ଟ୍ରେନ୍‌ ଦ୍ରୁତ ଗତିରେ ଆସୁଥିଲା। ଫଳରେ ଟ୍ରକ୍‌ଟିକୁ ଏପରି ଧକ୍କା ଦେଇଥିଲା ଯେ, ଟ୍ରକ୍‌ରୁ କାରଗୁଡ଼ିକ କିଛି ବାଟ ଘୋଷାଡ଼ି ହୋଇଯାଇଥିଲା।

ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଓଭର ଲୋଡିଂ ଯୋଗୁ ଟ୍ରକଟି ଟ୍ରାକ୍‌ ପାର ହୋଇପାରିଲା ନାହିଁ। ଫଳରେ ଟ୍ରେନ୍‌ଟି ଟ୍ରକ୍‌କୁ ଧକ୍କା ଦେଇଥିଲା। ଯଦି ଭିଡିଓକୁ ଭଲଭାବେ ଦେଖିବେ ତେବେ ନିଶ୍ଚିତ ଜାଣିପାରିବେ ଯେ, ଜଣେ ବ୍ୟକ୍ତି ଯିଏ ଲୋକୋମୋଟିଭ ଡ୍ରାଇଭରଙ୍କୁ ସଙ୍କେତ ଦେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ତାଙ୍କର ଏହି ପ୍ରୟାସ କାମ କଲା ନାହିଁ।

ଲଭ୍‌ କାଉଣ୍ଟି ନାମକ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଫେସ୍‌ବୁକରେ ଦୁର୍ଘଟଣା ସମୟର ଫଟୋ ଶେୟାର କରାଯାଇଛି। ଟ୍ରେନ୍‌ରେ ଥିବା ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଭାଗ କହିଛି, ବିଏନ୍‌ଏସ୍‌ଏଫ୍‌, ଆମ୍‌ଟ୍ରାକ୍‌ ଏବଂ ଫେଡେରାଲ ରେଳ ପ୍ରଶାସନର ଇନ୍ସପେକ୍ଟରମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍‌ ଏବଂ ଟ୍ରେନର କ୍ଷୟକ୍ଷତିର ଯାଞ୍ଚ କରିଛନ୍ତି।

Share