ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା

ରାଇରଙ୍ଗପୁର,୯।୭: ମୟୂରଭଞ୍ଜ ଜିଲା ବହଳଦା ଥାନା ଅଧୀନ ଅଁଳାଯୋଡି ରେଳଷ୍ଟେଶନର ୧ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ଡିଏମ୍‌ୟୁ ଯାତ୍ରୀବାହୀ ଟ୍ରେନ୍‌ ବାଦାମପାହାଡ଼ରୁ ଟାଟାନଗରକୁ ଯାଉଥିଲା। ହେଲେ ଅଁଳାଯୋଡି ରେଳଷ୍ଟେଶନର ୧ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ଟି ଅତିକ୍ରମ କରୁଥିବା ବେଳେ ଜଣେ ଯୁବକ ଟ୍ରେନ୍‌ ଆଗକୁ ଡେଇଁ ପଡିଥିଲେ। ଫଳରେ ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା। ମୃତକ ହେଲେ ରଣଜିତ ସେନ ଗୁପ୍ତା(୬୮)। ଘର ଗୋରୁମହିଶାଣି ଅଞ୍ଚଳରେ ବୋଲିି ଜଣାପଡିଛି।

ଅଁଳାଯୋଡି ଷ୍ଟେଶନ ମାଷ୍ଟର ହରେକୃଷ୍ଣ ଦାସ ଏବଂ ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ବାଲେଶ୍ୱର ରେଳବାଇ ପୋଲିସକୁ ଜଣାଇଥିଲେ। ବାଲେଶ୍ୱର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରିଥିଲା। ପୋଲିସ ମୃତଦେଦ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।