ନୂଆଦିଲ୍ଲୀ,୬।୨: ଟ୍ରେନ୍ ଯାତ୍ରୀମାନେ ଖୁବ୍ଶୀଘ୍ର ଏକ ହ୍ବାଟ୍ସଆପ୍ ନମ୍ବର ଜରିଆରେ ଖାଦ୍ୟ ପାଇଁ ଅର୍ଡର କରିପାରିବେ। ଏକ ଇଣ୍ଟରାକ୍ଟିଭ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମର୍ଥ ଚାଟବୁଟ୍ ସେମାନଙ୍କ ଅର୍ଡରକୁ ଇ-କ୍ୟାଟରିଂରେ ପରିଚାଳନା କରାଇବା ସହ ଖାଦ୍ୟ ବୁକ୍ କରାଇବ। ଭାରତୀୟ ରେଲଓ୍ବେ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମ (ଆଇଆର୍ସିଟିସି) କେତେକ ନିର୍ଦ୍ଦିଷ୍ଟ ରୁଟ୍ରେ ହ୍ବାଟ୍ସଆପ୍ ନମ୍ବର +୯୧୮୭୫୦୦୦୧୩୨୩ ଜରିଆରେ ଖାଦ୍ୟ ଯୋଗାଇ ଦେଉଛି। ନିର୍ଦ୍ଦିଷ୍ଟ ଟ୍ରେନ୍ ଓ ଯାତ୍ରୀମାନଙ୍କୁ ଏହି ଇ-କ୍ୟାଟରିଂ ସେବା ହ୍ବାଟ୍ସଆପ୍ ଜରିଆରେ ଉପଲବ୍ଧ ହେଉଛି। ଯାତ୍ରୀମାନଙ୍କ ପରାମର୍ଶ କ୍ରମେ ଅନ୍ୟ ଟ୍ରେନ୍ଗୁଡ଼ିକରେ ମଧ୍ୟ ଏହି ସେବା ଉପଲବ୍ଧ କରାଇବାକୁ ଉଦ୍ୟମ ହେଉଥିବା ରେଲଓ୍ବେ ପକ୍ଷରୁ କୁହାଯାଇଛି।