Categories: ଜାତୀୟ

ଏଣିକି ଦୁଇଘଣ୍ଟା ଭିତରେ ସରିଯିବ ଟ୍ରେନ ଟିକେଟ୍‌ର ବୈଧତା, ଘଣ୍ଟାକରେ ଦେବାକୁ ପଡିବ ୧୦ଟଙ୍କା ଫାଇନ୍‌

ନୂଆଦିଲ୍ଲୀ,୨୨।୧୦: ଦେଶ ଦିଲ୍ଲୀ-ମେରୁଟ ପ୍ରଥମ ରାପିଡ ଟ୍ରେନ ଉପହାର ପାଇଛି। ରାପିଡ ଟ୍ରେନ ନମୋ ଭାରତର ପ୍ରଥମ ଦିନରେ ବହୁ ସଂଖ୍ୟାରେ ଲୋକ ଯାତ୍ରା କରିଛନ୍ତି। ନାମୋ ଭରତର ପ୍ରଥମ ଦିନରେ ସାହିବାବାଦରୁ ଦୁହାକିକୁ ୧୦ହଜାର ଲୋକ ଯାତ୍ରା କରିଛନ୍ତି। ନମୋ ଭାରତର ପ୍ରଥମ ଦିନରେ ଲୋକଙ୍କୁ ଟିକେଟ ପାଇବା ପାଇଁ ଲମ୍ବା ଧାଡିରେ ଛିଡା ହେବାକୁ ପଡିଛି।

NCRCTC ଅନୁଯାୟୀ, ଯାତ୍ରା ପାଇଁ କଟାଯାଇଥିବା ଟିକେଟ କେବଳ ଦୁଇ ଘଣ୍ଟା ପାଇଁ ବୈଧ ରହିବ। ଏହା ପରେ ଟିକେଟ ଏକ୍ସପାୟାର ହୋଇଯିବ। ଏକ୍ସପାୟାର ଟିକେଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଏକ ଘଣ୍ଟା ଭିତ୍ତିରେ ଜରିମାନା ଆଦାୟ କରାଯିବ। ପ୍ରତି ଘଣ୍ଟା ହିସାବରେ ଜରିମାନା ୧୦ଟଙ୍କା ରହିବ। ବର୍ତ୍ତମାନ ଜରିମାନା ନିୟମକୁ କୋହଳ ଯାଇଛି, କିନ୍ତୁ ଶୀଘ୍ର ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ। ଅଧିକାରୀଙ୍କ କହିବାନୁସାରେ, ଟିକେଟର ବୈଧତାକୁ ଦୁଇ ଘଣ୍ଟା ରଖାଯାଇଛି। ଏହା ପରେ ମଧ୍ୟ ଏକ ଘଣ୍ଟା ଅତିରିକ୍ତ ସମୟ ଦିଆଯାଇଛି। ଯାତ୍ରୀମାନେ ଏହି ସମୟରେ ଷ୍ଟେସନରେ ଯାଇ ନୂଆ ଟିକେଟ କାଟି ପାରିବେ।

ଦେଶର ପ୍ରଥମ ରାପିଡ ଟ୍ରେନରେ ପ୍ରଥମ ଦିନରେ ବହୁ ସଂଖ୍ୟକ ଲୋକ ଯାତ୍ରା କରିଥିଲେ। ପ୍ରାୟ ୧୦ହଜାର ଲୋକ ଯାତ୍ରା କରିଥିବାବେଳେ ୨ହଜାର ଲୋକ ଆରଆରଟିଏସ କନେକ୍ଟ ଆପ ଡାଉନଲୋଡ କରିଛନ୍ତି। ଟ୍ରେନ ଦେଖିବା ପାଇଁ କେବଳ ଗାଜିଆବାଦ ନୁହେଁ ଦିଲ୍ଲୀର ଅନେକ ଲୋକ ଶନିବାର ସକାଳେ ସାହିବାଦ ଷ୍ଟେସନରେ ପହଞ୍ଚିଥିଲେ। ବିରାଟ କୋହଲିଙ୍କ ମାମୁଁଙ୍କ ସମେତ ଅନେକ ୟୁଟ୍ୟୁବର୍‌ ଏହି ଟ୍ରେନରେ ଯାତ୍ରା କରିଥିଲେ।

Share