Advertisement

ପଥର, ମାଟିଅତଡ଼ା ଖସି ଟ୍ରେନ୍‌ ଚଳାଚଳ ଠପ୍‌

କୋରାପୁଟ,୨୪।୯(ଅମିତାଭ ବେହେରା ): ରେଳ ଧାରଣାରେ  ମାଟି ଅତଡା ଓ ପଥର ଖସି ଗାଡ଼ି ଚଳାଚଳ ବନ୍ଦ ହୋଇଛି। କୋରାପୁଟ ଜିଲା ମାନବର ଓ ଜରତି ଷ୍ଟେସନ ମଝିରେ ଥିବା ରେଳ ଧାରଣାରେ ଏଭଳି ଘଟଣା ଘଟିଛି। ଏ ନେଇ କୋରାପୁଟରୁ ଜଗଦଲପୁରକୁ  ରେଳ ଚଳାଚଳ ବନ୍ଦ ହୋଇ ପଡ଼ିଛି। ଜୟପୁର ଠାରେ ସମଲେଶ୍ୱରୀ ଏକ୍ସପ୍ରେସ ଅଟକି ରହିଛି।
ଅନ୍ୟପକ୍ଷେ, କୋରାପୁଟରେ ରାଉରକେଲା ଜଗଦଲପୁର ଏବଂ ବିଶାଖାପାଟଣା କିରଣ୍ଡୁଲ ଏକ୍ସପ୍ରେସ ଅଟକି ରହିଛି। ପଥର ଉଠା କାର୍ଯ୍ୟ ଜାରି ରହିଛି। ରବିବାର  ସକାଳୁ ପଥର ଖସିଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ୩ଟି ଜେସିବି ପହଞ୍ଚି ମାଟି ଓ ପଥର ହଟାଇବା କାମ ଆରମ୍ଭ କରିଥିବା କୋରାପୁଟ ଷ୍ଟେସନ ପକ୍ଷରୁ  କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel