Categories: ଜାତୀୟ

କରୋନା ପାଇଁ ବଢୁଛି ଟ୍ରେନ ଯାତ୍ରା ଭଡ଼ା

ନୂଆଦିଲ୍ଲୀ,୨୬।୨: ଭାରତୀୟ ରେଳ ବିଭାଗ ପକ୍ଷରୁ ରେଳ ଭଡ଼ା ବୃଦ୍ଧି କରାଯାଇଛି। ଲୋକାଲ ପାସେଞ୍ଜର ଟ୍ରେନରେ ୩୦ରୁ ୪୦ କି.ମି ଯାତ୍ରା କରୁଥିବା ଯାତ୍ରୀଙ୍କ ଭଡ଼ା ୨ ଗୁଣା କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭଡ଼ା ବୃଦ୍ଧି ହୋଇଥିବା ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରେଳ ଭଡ଼ା ବୃଦ୍ଧିକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ପ୍ରକାଶ କରାଯାଇଛି। ଦେଶରେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି। ତେଣୁ ଜନସାଧାରଣ ଯେପରି ଟ୍ରେନରେ ଅଧିକ ଯାତ୍ରା ନ କରନ୍ତି ସେନେଇ ଭଡ଼ା ବୃଦ୍ଧି କରାଯାଇଛି। ଫଳରେ ଯାତ୍ରୀମାନେ ଟ୍ରେନରେ ଯାତାୟତ କରିବେ ନାହିଁ। ଏହା ଦ୍ୱାରା ସଂକ୍ରମଣକୁ ଛିକିମାତ୍ରାରେ ରୋକାଯାଇ ପାରିବ। ସୂଚନା ଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ଲାଟଫର୍ମ ଟିକେଟର ଦାମ ୧୦ରୁ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ପ୍ଲାଟଫର୍ମ ଟିକେଟ ବୃଦ୍ଧି ଫଳରେ ଜନସାଧାରଣ ବିନା କୌଣସି କାମରେ ପ୍ଲାଟ ଫର୍ମ ଯାଇ ଗହଳି କରିବାରୁ ନିବୃତ ରହିଥିଲେ।

Share