Categories: ଜାତୀୟ

ପୁଣେରେ ହେଲିକପ୍ଟର ଦୁର୍ଘଟଣା

ପୁଣେ,୨୪ା୮: ମହାରାଷ୍ଟ୍ରର ପୁଣେ ଜିଲାରେ ଶନିବାର ଗ୍ଲୋବାଲ ଭେକ୍ରା ଘରୋଇ ବିମାନ ଚଳାଚଳ କମ୍ପାନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି।

ମଳିଥିବା ସୂଚନା ମୁତାବକ, ମୁମ୍ବାଇର ଜୁହୁରୁ ଏଡବ୍ଲ୍ୟୁ-୧୩୯ ମଡେଲର ହେଲିକପ୍ଟରଟି ହାଇଦ୍ରାବାଦ ଯାଉଥିବା ବେଳେ ପୁଣେ ଜିଲାର ପୌଦ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share