Categories: ଜାତୀୟ

ଟ୍ରେନିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ

ପୁଣେ,୨୨।୧୦: ଏଠାରେ ରବିବାର ସକାଳେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଗୋଜୁବାଭି ଗ୍ରାମ ନିକଟରେ ପ୍ରଶିକ୍ଷଣ ଲାଗି ଉଡାଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଦୁଇଜଣ ଟ୍ରେନି(ପ୍ରଶିକ୍ଷକ) ପାଇଲଟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ, ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ପ୍ରାଇଭେଟ କମ୍ପାନୀର ଥିଲା। ଯନ୍ତ୍ରାଂଶରେ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିଲା। ଏହାପୂର୍ବରୁ ଗୁରୁବାର ରେଡ୍‌ବାର୍ଡ ଫ୍ଲାଇଟ୍‌ ଟ୍ରେନିଂ ଆକାଡେମୀର ଟ୍ରେନିଂ ବିମାନ ଦୁର୍ଘଟଣା ହୋଇଥିଲା, ଯେଉଁଥିରେ ପାଇଲଟ ଏବଂ ସହ ପାଇଲଟ୍‌ ଆହତ ହୋଇଥିଲେ।

Share