Categories: ଖେଳ

ଜାତୀୟ ରାଇଫଲ ଶୁଟରଙ୍କ ପାଇଁ ତାଲିମ ଶିବିର

ଭୁବନେଶ୍ବର, ୩।୧୧, (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ ଏକ ୮ ଦିନିଆ ଶୁଟିଂ ପ୍ରଶିକ୍ଷଣ ଶିବିର ଏଠାରେ ଆୟୋଜନ କରାଯିବ। ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା ପାଇଁ ମନୋନୀତ ରାଇଫଲ ଶୁଟରମାନେ ଏହି ଶିବିରରେ ପ୍ରଶିକ୍ଷଣ ନେବେ। ଅନ୍ତର୍ଜାତୀୟ ପଦକ ପ୍ରାପ୍ତ ଅଲମ୍ପିକ ଶୁଟର ତଥା ଅର୍ଜୁନ ପୁରସ୍କାର ପାଇଥିବା ମହାରାଷ୍ଟ୍ରର ଜାତୀୟ ଶୁଟିଂ କୋଚ୍‌ ଦୀପାଲି ଦେଶପାଣ୍ଡେ ଏହି ଶିବିରରେ ପ୍ରଶିକ୍ଷଣ ଦେବେ ବୋଲି ଓଡ଼ିଶା ରାଇଫଲ ସଂଘ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି।

କୋଚ୍‌ ଦେଶପାଣ୍ଡେଙ୍କ ପ୍ରଶିକ୍ଷଣରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗୀ ସୃଷ୍ଟି ହୋଇଛନ୍ତି। ଓଡିଶାର ପ୍ରତିଷ୍ଠିତ ଶୁଟର ତଥା ଜାତୀୟ ଚାମ୍ପିୟନ ଶ୍ରୀୟଙ୍କା ଷଡଙ୍ଗୀଙ୍କୁ ମଧ୍ୟ କୋଚିଂ ଦେଉଛନ୍ତି ଦୀପାଲି। ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ରାଇଫଲ ଶୁଟରମାନେ ଆସନ୍ତା ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ରାଜ୍ୟ ରାଇଫଲ ସଂଘର ପୃଷ୍ଠପୋଷକ ତଥା ଏନ୍‌ଆର୍‌ଏଆଇ (ଜାତୀୟ ରାଇଫଲ ସଂଘ)ର ବରିଷ୍ଠ ଉପସଭାପତି କଳିକେଶ ନାରାୟଣ ସିଂହଦେଓ ଆଶାବ୍ୟକ୍ତ କରିଛନ୍ତି। ଭବିଷ୍ୟତରେ ଏଭଳି ପଦକ୍ଷେପମାନ ଗ୍ରହଣ କରାଯାଇ ଓଡ଼ିଶା ଶୁଟରଙ୍କ ଦକ୍ଷତା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

Share