Categories: ଖେଳ

ଓକିନଓ୍ବା କରାଟେ ସ୍କୁଲର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, ୪।୧୦(କ୍ରୀଡ଼ା ପ୍ରତିନିଧି): ଓକିନୱା କରାଟେ ସ୍କୁଲ ଆନୁକୂଲ୍ୟରେ କରାଟେ ପ୍ରଶିକ୍ଷଣ ଶିବିର ସ୍ଥାନୀୟ କଳିଙ୍ଗ ନଗରସ୍ଥିତ ଡିଏଭି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ ବୟସ ବର୍ଗର ଛାତ୍ରୀଛାତ୍ର ଯୋଗଦେଇଥିଲେ। ପ୍ରଶିକ୍ଷଣ ପରେ ବେଲ୍ଟ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରମାନେ ହେଲେ ଶକ୍ତି ପ୍ରସାଦ ଗଜେନ୍ଦ୍ର, ପ୍ରିୟାଂଶୁ ମିଶ୍ର, ଭୂମିକା ଦାସ, ଦେବୀ ପ୍ରସାଦ, ଆୟୁଷ୍ମାନ ପତି, ଅନ୍ବେଷ ମିଶ୍ର, ଶ୍ରେୟାଂଶ ବେହେରା, ହାର୍ଦ୍ଦିକ ପଟ୍ଟନାୟକ, ଐଶା କାନିତି, ସୁଚନ୍ଦନ ଦାସ, ଶ୍ରୁତି ନନ୍ଦ, ବୈଭବ କବି, ଧୃତିନନ୍ଦନ ସାହୁ, ଅନୁପ୍ରୀତ ବିଶ୍ୱାଳ, ଶ୍ରେୟାଂଶ ଘଡ଼େଇ, ପ୍ରଜ୍ୱଳ ରାଉତରାୟ, ଶୁଭ୍ରାଂଶୁ ସାହୁ, ଶୁଭମ୍‌ ସାଇ ମୁଦୁଲି, ହମଦ ଅଲ୍ଲୀ ଖାଁ, ଶୀତଳ ପାଣି, ରିଫା ସିଜଲ, ପ୍ରିୟାଂଶୀ ଛୋଟରାୟ, ଅର୍ପିତା ପ୍ରିୟଦର୍ଶିନୀ, ଆଶୁତୋଷ ସାହୁ, ସୌମ୍ୟରଞ୍ଜନ ଦାସ, ଅମୂଲ୍ୟ ଅଭିଷେକ ସ୍ବାଇଁ ଓ ତନିଷ୍ଠା ଦାସ। ଜାପାନ କରାଟେ ସୋତୋକାଇ ଇଣ୍ଡିଆର ଉପସଭାପତି ସୌମ୍ୟରଞ୍ଜନ ଦାସ ପ୍ରଶିକ୍ଷଣ ଦେବା ସହ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସ୍କୁଲର କ୍ରୀଡ଼ା ଶିକ୍ଷକ ଏ. ରବିଶଙ୍କର, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ପର୍ଯ୍ୟବେକ୍ଷକ ଦୀପାଞ୍ଜଳି ସାହୁ ଶିବିରରେ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ସ୍କୁଲର କରାଟେ ପ୍ରଶିକ୍ଷକ ଦେବାଶିଷ ରାଉତ ଉକ୍ତ ଶିବିରର ପରିଚାଳନା କରିଥିଲେ।

Share