ସାଇବର କ୍ରାଇମ ନେଇ ପ୍ରଶିକ୍ଷଣ ଶିବିର

ରାଉରକେଲା ଅଫିସ,୧୫ା ୧୨-ସାଇବର କ୍ରାଇମ ରୋକାଯିବା ନେଇ ସୋମବାର ଠାରୁ ରାଉରକେଲାରେ ୫ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯାଇଛି। ଡିଏସ୍‌ପି, ଇନ୍ସପେକ୍ଟର, ସବଇନ୍ସପେକ୍ଟର ର଼୍ୟାଙ୍କର ୩୦ଜଣ ପୋଲିସ ଅଧିକାରୀଙ୍କୁ ଏ ଦିଗରେ ତାଲିମ ପ୍ରଦାନ କରାଯିବ। ସ୍ଥାନୀୟ ଏସକେଡିଏଭି ପଲିଟେକନିକ ଠାରେ ଶିବିର ଉଦଘାଟିତ ହୋଇଯାଇଛି। ଏହା ୫ ଦିନ ଧରି ଚାଲିବ। ଏଥିରେ ସୁନ୍ଦରଗଡ, ଦେବଗଡ ଓ କେନ୍ଦୁଝର ଜିଲା ପୋଲିସ ଅଧିକାରୀ ଯୋଗ ଦେଇଛନ୍ତି। ହାଇଦ୍ରାବାଦରୁ ଆସିଥିବା ସାଇବର ପ୍ରଶିକ୍ଷକ ଏମାନଙ୍କୁ ତାଲିମ ପ୍ରଦାନ କରିବେ। ଏଥିରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଓ ରାଉରକେଲା ଏସ.ପି କେ. ଶିବା ସୁବ୍ରମଣୀ ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ସାଇବର କ୍ରାଇମ ସଂଖ୍ୟା ବୃଦ୍ଧି ସହ ଅପରାଧିଙ୍କ ଟେର ପାଉନି ପୋଲିସ। ଏମାନଙ୍କୁ ଧରି ଦଣ୍ଡ ବିଧାନ କରିବା ବଡ ସମସ୍ୟା ପାଲଟିଛି। ଫଳରେ ଦିନକୁ ଦିନ ଏଭଳି ଠକେଇ ବଢିବାରେ ଲାଗିଛି। ଅପରାଧି ନିଜ ଢଙ୍ଗରେ ଅପରାଧ ଘଟାଇ ଖସିଯାଉଛି। ଏ ଦିଗରେ ତାଲିମ ପ୍ରାପ୍ତ ଅଧିକାରୀ ସାଇବର କ୍ରାଇମ ଭଳି କ୍ରମବର୍ଦ୍ଧିଷ୍ଣୁ ଅପରାଧ ରୋକିବାରେ ସମର୍ଥ ହେବେ ବୋଲି ଆଶା ବ୍ୟକ୍ତ କରାଯାଉଛି।

Share