କର୍ଲାମୁଣ୍ଡା,୩।୧୨(ଡି.ଏନ୍.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟଠାରେ ଶନିବାର ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ବ୍ଲକ ଅନ୍ତର୍ନିବେଶୀ ଶିକ୍ଷାସାଧନ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏଥିରେ ବିଡିଓ ସୁଚରିତା ମୁଗ୍ରୀ, ବିଇଓ ତପିମଣି ଜାନୀ, ଏବିଇଓ ସହଦେ ସୁନା ପ୍ରମୁଖ ଯୋଗଦେଇ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଏହି ସାଧନ କେନ୍ଦ୍ର ସହାୟତାରେ ଚାଲିବ। ଏଥିରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ଭୌତିକ ଚିକିତ୍ସା ସୁବିଧା, ଶୁଣିବା ଓ କଥା କହିବାକୁ ବାକ୍ ତାଲିମ ବ୍ୟବସ୍ଥା ଏବଂ ମାନସିକ ଦୁର୍ବଳ ଜନିତ ଛାତ୍ରୀଛାତ୍ରଙ୍କ ଶିକ୍ଷଣ ପାଇଁ ତାଲିମର ସେବା ଉପଲବ୍ଧ ହେବ ବୋଲି ବିଆର୍ଟି ପ୍ରଦୀପ କୁମାର ବେହେରା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ବିଭାଗର କିରାଣି ମକରଧ୍ୱଜ ବାଗ, ମନୋଜ ସାହୁ, କ୍ଷୀରୋଦ ବଡ଼ମାଲି, ପ୍ରଫୁଲ୍ଲ କୁମାର ପାଠୀ, ହେଡକ୍ଲର୍କ ଶିଶିର କୁମାର ଦାସ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।