
କର୍ଲାମୁଣ୍ଡା,୧୯।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ସ୍ଥାନୀୟ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ୍ସ୍ତରୀୟ ପଞ୍ଚଦିବସୀୟ ନବନିଯୁକ୍ତ ଯୋଜନାଭିତ୍ତିକ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ ଶିବିର ପ୍ରେରଣା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ଗତ ୧୨ ତାରିଖରେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ରାମଚନ୍ଦ୍ର ସା, ରୋହିତ କୁମାର ରଣା ଓ ଗୋପମଣି ସାହୁ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ସାହୁ ଯୋଗ ଦେଇ ଶିବିର ଉଦ୍ଘାଟନ କରିଥିଲେ। ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରୁ ୨୪ଜଣ ନବନିଯୁକ୍ତ ଶିକ୍ଷୟିତ୍ରୀଶିକ୍ଷକ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ସାଧନ କର୍ମୀ ଭାବେ ହେମନ୍ତ କୁମାର ନାୟକ, ବିଶିକେଶନ ସିନା, ଟୁକୁନୁ କୁମାର ଓ ମିଲାପ କୁମାର ଯୋଗଦେଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶିକ୍ଷାଦାନ ପଦ୍ଧତି ଓ ଅଭିନବ ଶିକ୍ଷଣ କୌଶଳ ଉପରେ ମାର୍ଗଦର୍ଶନ ଦେଇଥିଲେ। ରେଙ୍ଗାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉଜ୍ଜ୍ୱଳ କୁମାର ସାହୁଙ୍କ ଦ୍ୱାରା ଶିବିର ପରିଚାଳିତ ହୋଇଥିଲା।