ଦେଶ ସୁରକ୍ଷା ପାଇଁ ଲୋକଙ୍କୁ ନକଲି ବନ୍ଧୁକରେ ତାଲିମ…

କାଇଭ୍‌, ୩୧।୧ : ଅସ୍ତ୍ରବିରତି ଉଲ୍ଲଂଘନ ପରେ ମଧ୍ୟ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ରୁଷିଆ ସୈନ୍ୟ ସ୍ଥଳ ତଥା ସମୁଦ୍ରରେ ମଧ୍ୟ ୟୁକ୍ରେନକୁ ଘେରାବନ୍ଦୀ କରିଛି। ଏହା ଅନୁମାନ କରାଯାଉଛି ଯେ ଯଦି କୂଟନୈତିକ ଆଲୋଚନା ବିଫଳ ହୁଏ, ତେବେ ୟୁକ୍ରେନର ପୂର୍ବ ସୀମାରେ ଯୁଦ୍ଧ ଆରମ୍ଭ ହୋଇପାରେ।

ରୁଷିଆର ସମ୍ଭାବ୍ୟ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ୟୁକ୍ରେନର ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ନକଲି ବନ୍ଧୁକ ମାଧ୍ୟମରେ ଯେକୌଣସି ବିପଦର ମୁକାବିଲା ସମ୍ମୁଖୀନ ହେବାକୁ ସାଧାରଣ ଲୋକେ ନିଜ ଇଛାରେ ନକଲି ବନ୍ଧୁକରେ ସାମରିକ ତାଲିମ୍‌ ସୈନ୍ୟ ବାହିନୀଙ୍କଠାରୁ ଶିକ୍ଷା କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁକ୍ରେନର ଅନେକ ସହରରେ ଟେରିଟେରାଲ ଡିଫେନ୍ସ ଫୋର୍ସ ସାମରିକ ତାଲିମରେ ଲୋକଙ୍କ ଅଂଶଗ୍ରହଣକୁ ବଢ଼ାଇବା ପାଇଁ ହୋର୍ଡିଂ ଲଗାଯାଇଛି। ଏହି ହୋର୍ଡିଂଗୁଡିକରେ ‘ଆଜି ତୁମ ଘରର ସୁରକ୍ଷା କିପରି କରିବେ ଜାଣନ୍ତୁ’ ଲେଖାଯାଇଛି। ତାଲିମ୍‌ରେ ସାଧାରଣ ଜନତାଙ୍କୁ ପ୍ରତି ଆକ୍ରମଣର କୌଶଳ ସହିତ ବନ୍ଧୁକ ଚାଳନାର ମୌଳିକ ଶିକ୍ଷା ଦିଆଯାଉଛି। ୟୁକ୍ରେନରେ ବୟସ୍କମାନଙ୍କ ସହିତ ପିଲାମାନେ ମଧ୍ୟ ଲଏଥିରେ ଅଂଶଗ୍ରହଣ କରୁଛନ୍ତି।

Share