ସୋରଡା,୨୪।୪ (ଡିଏନଏ) ପଛୁଆ ବର୍ଗଙ୍କ ସାମାଜିକ , ଶିକ୍ଷାଗତ ସ୍ଥିତିର ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ସ୍ଥାନୀୟ ଏନଏସି ପରିସରରେ ସୋମବାର ଗଣନାକାରୀ ଓ ସୁପରଭାଇଜର ମାନକ ତାଲିମ କାର୍ମଶାଳା ଅନଷ୍ଠିତ ହୋଇଯାଇଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ମଶାଳାରେ ସମସ୍ତଙ୍କୁ ସରକାର ପ୍ରଦତ୍ତ ସର୍ଭେ କିଟ୍ ପ୍ରଦାନ କରଯାଇଥିଲା । ଏଥିସହ ତଥ୍ୟ ସଂଗ୍ରହ କରିବାର ପ୍ରଣାଳୀ ଶିକ୍ଷା ଦିଆଯାଇଥିଲା । ଆସନ୍ତା ମେ ପହିଲାରୁ ସର୍ଭେ ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ବୋଲି ଶ୍ରୀ ପାତ୍ର କହିଥିଲେ । ମୁଖ୍ୟ ସଂଯୋଜକ ଯତୀନ୍ଦ୍ର ତ୍ରିପାଠୀ ,ଜଗନ୍ନାଥ ନାୟକ ପରି ଚାଳନା କରିଥିଲେ ।