ବର୍ଲିନ,୨୮ ।୩: ଜର୍ମାନୀରେ ସୋମବାର କର୍ମଚାରୀମାନେ ସାମୁହିକ ଧର୍ମଘଟ କରିବାରୁ ଟ୍ରେନ, ବିମାନ ଓ ସାର୍ବଜନିକ ପରିବହନ ବ୍ୟବସ୍ଥା ଠପ ହୋଇଯାଇଛି । ସୂଚନାଯୋଗ୍ୟ, ମୁଦ୍ରାସ୍ଫିତିର ଦର ବଢିବାରୁ ଏହାର ପ୍ରଭାବ ବେତନ ଓ ମହଙ୍ଗା ମାଡ ଉପରେ ପଡୁଛି । ଏହାକୁ ବିରୋଧ କରି ଶ୍ରମିକ ସଂଘ ଧର୍ମଘଟ ଡାକରା ଦେଇଛନ୍ତି । ୨୪ ଘଣ୍ଟାର ୱାକଆଉଟରେ ଟ୍ରେନ, ବିମାନ ଓ କାର୍ଗୋ ପରିବହନ ଉପରେ ବି ପ୍ରଭାବ ପଡିଛି । ବିମାନ ବନ୍ଦର ଓ ଜଳମାର୍ଗ ବା ବନ୍ଦର କର୍ମଚାରୀମାନେ ବି ଏହି ଧର୍ମଘଟରେ ସାମିଲ ହୋଇ ଯାଇଛନ୍ତି ।