Categories: ଜାତୀୟ

‘ଦେଶଦ୍ରୋହୀ’ଙ୍କୁ କେବେ କ୍ଷମା କରାଯିବ ନାହିଁ: ଶରଦ ପାଓ୍ବାରଙ୍କ ଘର ବାହାରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ,୬।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ବିଭାଜନ ପରେ ଉଭୟ ଶରଦ ପାୱାର ଏବଂ ଅଜିତ ପାୱାର ଦଳକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଭେଟେରାନ ରାଜନେତା ଶରଦ ପାୱାର ଗୁରୁବାର ଦିଲ୍ଲୀରେ ଏନସିପିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ କରୁଛନ୍ତି। ଏଥି ସହ ତାଙ୍କ ସମର୍ଥକମାନେ ରାଜଧାନୀରେ ଅଜିତଙ୍କ ବିରୋଧରେ ପୋଷ୍ଟର ଲଗାଇ ତାଙ୍କୁ ‘ଦେଶଦ୍ରୋହୀ’ ବୋଲି କହିଛନ୍ତି। ପୋଷ୍ଟରରେ କୁହାଯାଇଛି ଯେ, ଲୋକମାନେ ତାଙ୍କୁ କ୍ଷମା କରିବେ ନାହିଁ।
ଦିଲ୍ଲୀର ଶରଦ ପାୱାରଙ୍କ ବାସଭବନ ବାହାରେ ରଖାଯାଇଥିବା ପୋଷ୍ଟରରେ ଅଜିତ ପାୱାରଙ୍କୁ ବାହୁବଳୀ ଚଳଚ୍ଚିତ୍ରର କଟାପ୍ପା ବୋଲି ବର୍ଣ୍ଣନା କରାଯାଇଛି। ପୋଷ୍ଟରରେ ଏହା ଲେଖାଯାଇଛି, ଦେଶବାସୀ ନିଜ ଲୋକଙ୍କ ମଧ୍ୟରେ ଲୁଚି ରହିଥିବା ଦେଶଦ୍ରୋହୀଙ୍କୁ ଦେଖୁଛନ୍ତି। ଜନସାଧାରଣ ଏଭଳି ଦେଶଦ୍ରୋହୀଙ୍କୁ କ୍ଷମା କରିବେ ନାହିଁ। ଯଦିଓ ଏନସିପିର ଛାତ୍ର ୱିଙ୍ଗ ଦ୍ୱାରା ରଖାଯାଇଥିବା ପୋଷ୍ଟରରେ କାହାର ନାମକରଣ କରାଯାଇ ନାହିଁ।
ବୁଧବାର ମୁମ୍ବାଇରେ ଦୁଇଟି ବଡ ଏନସିପି ବୈଠକ ପରେ ଗୁରୁବାର ଶରଦ ପାୱାର ତାଙ୍କର ପରବର୍ତ୍ତୀ ପଦକ୍ଷେପ ଭାବରେ ଦିଲ୍ଲୀରେ ଦଳର କାର୍ଯ୍ୟ କମିଟି ବୈଠକ କରୁଛନ୍ତି।
ବୁଧବାର ୫୩ ଏନସିପି ବିଧାୟକଙ୍କ ମଧ୍ୟରୁ ୩୨ ଜଣ ଅଜିତ ପାୱାର ଶିବିରର ବୈଠକରେ ପହଞ୍ଚିଥିଲେ। ଶରଦ ପାୱାରଙ୍କ ବୈଠକରେ ୧୪ ଜଣ ବିଧାୟକ ଥିଲେ।

Share