ଆତଙ୍କ ସୃଷ୍ଟି କରୁଥବା ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍‌, ରେଡିଓକୋଲାର ଲଗାଇଲା ବନ ବିଭାଗ

ଟେନ୍‌ସା,୧୮ା୯(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଓ ବରସୁଆଁ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଗତ ୫ବର୍ଷ ଧରି ଆତଙ୍କ ଚଳାଉଥିଲା। ଦନ୍ତାହାତୀଟିକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରି ରେଡିଓକୋଲାର ଲାଗାଇଥିବା ଜଣାପଡିଛି । ଟ୍ରାଙ୍କୁଲାଇଜ କରିବାରେ ସାତକୋଶିଆ ଟାଇଗର ରିଜର୍ଭ ଟିମ୍‌ର ଭେଟେନାରୀ ଡାକ୍ତର ଦଳ ସମେତ ବନ ବିଭାଗର ୫ଟି ଟିମ୍‌, ବଣାଇ ଡିଏଫ୍‌ଓ ଲଳିତ କୁମାର ପାତ୍ର,କୋଇଡ଼ା ରେଞ୍ଜର ଗୌତମ ପ୍ରଧାନ, ବରସୁଆଁ ରେଞ୍ଜର ଧରଣୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଜାମୁଢ଼ି ଜଙ୍ଗଲରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ରେଡିଓକୋଲାର ଲଗାଯାଇଥିଲା। ଏହି ରେଡିଓକୋଲାର ଲଗାଇବା ଦ୍ୱାରା ଦନ୍ତା ହାତୀର ଗତିବିଧିକୁ ଠିକ୍‌ ଭାବେ ପରିଚାଳିତ ହେବ ବୋଲି ବଣାଇ ଡିଏଫ୍‌ଓ ଲଳିତ କୁମାର ପାତ୍ର ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଏହି ହାତୀଟି ଅନେକ ସମୟରେ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ କହିବା ସହିତ ଫସଲ ନଷ୍ଟ କରିଥାଏ। ଗତ ୫ବର୍ଷ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି ଏହି ହାତୀ। ବିଭିନ୍ନ ସମୟରେ ଲୋକମାନେ ରେଞ୍ଜ ଅଫିସ ଘେରାଉ କରିବା ସହିତ ଆନ୍ଦୋଳନ ମଧ୍ୟ କରିଛନ୍ତି। ବାରମ୍ବାର ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଦାବି ହୋଇ ଆସୁଥିଲା। ଏ ନେଇ ବଣାଇର କୌଣସି ଡିଏଫ୍‌ଓ ଏହାକୁ ଗୁରୁତ୍ୱ ଦେଉ ନ ଥିଲେ। ଯାହା ନେଇ ସବୁବେଳେ ହାତୀ ମଣିଷ ଲଢ଼େଇରେ ଅନେକ ଲୋକଙ୍କ ଜୀବନ ଯିବା ସହିତ ଅନେକ ହାତୀକୁ ମଧ୍ୟ ବିଭିନ୍ନ ଉପାୟରେ ମାରି ଦେବାର ନଜିର ରହିଛି। ଏ ନେଇ ବଣାଇ ଡିଏଫ୍‌ଓ ଲଳିତ କୁମାର ପାତ୍ର ଗୁରୁତର ନେଇ ଉପରସ୍ଥ ଅଧିକାରୀ ଓ ସରକାରଙ୍କ ସହିତ ଆଲୋଚନା କରିବା ପରେ ହାତୀକୁ ଟ୍ରାଙ୍କୁଲାଇଜ୍‌ ରେଡିଓକୋଲାର ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ

କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

ବି.ଫଟକରା ଗାଁରେ ଗୁଳିକାଣ୍ଡ: ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ବି. ଫଟକରା ଗାଁରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ କିଛି ଯୁବକ ମାରଣାସ୍ତ୍ର...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ବ୍ରିଜ୍‌ ଉପରେ ସ୍କୁଟି, ମୋବାଇଲ, ଆଧାରକାର୍ଡ ରଖି ଭରାନଦୀକୁ ଡେଇଁଲେ ଅଙ୍ଗନଓ୍ବାଡ଼ି ସୁପରଭାଇଜର

ଯାଜପୁର ସଦର,୧୯ା୯(ସମୟ ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ବରୁଆଁ ନିକଟସ୍ଥ ଖରସ୍ରୋତା ନଦୀକୁ ଡେଇଁ କୁଆଖିଆ ଥାନା ଅନ୍ତର୍ଗତ ଶ୍ରିବନ୍ତପୁର ଅଞ୍ଚଳର ମନ୍ଦାକିନୀ ସାମଲ...

୩ ବର୍ଷ ବିତିଲା, ସରୁନି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ, ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): ସିମନବାଡ଼ି-ସିକକେତା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୩ ବର୍ଷ ହେଲା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲେ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ ଫଳରେ...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri