ଚିକିତ୍ସା ବିଜ୍ଞାନରେ ବିରଳ: ଟ୍ରାନ୍ସଜେଣ୍ଡର ପୁରୁଷ ହେଲେ ଗର୍ଭବତୀ

ରୋମ,୨୪।୧: ଟ୍ରାନ୍ସଜେଣ୍ଡର ବ୍ୟକ୍ତି କେବେ ଗର୍ଭବତୀ ହେବାର ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଇଟାଲୀରେ ଏପରି ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀ କରିବାକୁ ବ୍ୟକ୍ତିଜଣକ ୫ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି।

ୟୁରୋପୀୟ ଦେଶ ଇଟାଲୀରେ ଏପରି ଅଜବ ମାମଲା ସାମ୍ନାକୁ ଆସିଛି। ଇଟାଲୀରେ ଏହା ପ୍ରଥମ ଘଟଣା। ମାର୍କୋ ନାମକ ଜଣେ ବ୍ୟକ୍ତି ସ୍ତନ ଅପସାରଣ ସର୍ଜରୀ କରିବା ପରେ ଲିଙ୍ଗ ପରିବର୍ତ୍ତନ କରିବାର ଅପରେଶନ ଚାଲିଥିଲା। ଏହି ସମୟରେ ସେ ପାଞ୍ଚ ମାସର ଗର୍ଭବତୀ ଥିବା ଜଣାପଡିଥିଲା।
ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ମାର୍କୋ ନାମକ ବ୍ୟକ୍ତି ସ୍ତନ ଅପସାରଣ ଅସ୍ତ୍ରୋପଚାର(ମାଷ୍ଟେକ୍ଟୋମ) କରିବା ପରେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ। ଏହି ଅପରେଶନ ପରେ ସେ ପାଞ୍ଚ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ରୋମର ଅନ୍ୟତମ
ମାର୍କୋ ହସ୍ପିଟାଲରେ ଏହି ସର୍ଜରୀ କରାଯାଇଥିଲା। ଏହାପରେ ତାଙ୍କର ହାଇଷ୍ଟେରେକ୍ଟୋମି ପ୍ରକ୍ରିୟା ଦ୍ୱାରା ଗର୍ଭାଶୟ ବାହାର କରାଯାଉଥିଲା। ତେବେ ସେ ଗର୍ଭବତୀ ଥିବା ଜଣାପଡିବା ପରେ ଡାକ୍ତର ଗର୍ଭାଶୟ ହଟାଇବାକୁ ସତର୍କ କରାଇଛନ୍ତି। ବର୍ତ୍ତମାନ ମାର୍କୋ ଏହି ଶିଶୁର ବାୟୋଲୋଜିକାଲ ମାଆ ହେବେ। କିନ୍ତୁ ଆଇନ ଅନୁଯାୟୀ ସେ ପିଲାର ବାପା ଭାବରେ ପଞ୍ଜୀକୃତ ହେବେ। ଅର୍ଥାତ ମାର୍କୋ ତାଙ୍କ ସନ୍ତାନର ଉଭୟ ପିତାମାତା ଭାବେ ଦାୟିତ୍ୱ ତୁଲାଇବେ। ଏହି ସମୟରେ ଡାକ୍ତର ମାର୍କୋଙ୍କୁ ତୁରନ୍ତ ତାଙ୍କ ହରମୋନ ଥେରାପି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ଏପରି ବିରଳ ମାମଲାକୁ ସିହର୍ସ ଡ୍ୟାଡ୍‌ କୁହାଯାଏ। ସିହର୍ସ ଅର୍ଥାତ୍‌ ଏକ ସମୁଦ୍ର ଘୋଡା ଯାହା ଏକ ପୁରୁଷ ମାଛ ହୋଇଥାଏ। ଏହି ଦୁର୍ଲଭ ମାଛ ଦୁନିଆରେ ଏଥିପାଇଁ ଜଣାଶୁଣା କାହିଁିକି ନା ଏହି ପ୍ରଜାତିର ପୁରୁଷ ମାଛ ସନ୍ତାନ ଜନ୍ମ କରିଥାଏ। ଏଥିରେ ମହିଳା ସମୁଦ୍ର ଘୋଡା ଦ୍ୱାରା ପୁରୁଷ ସମୁଦ୍ର ଘୋଡା ଗର୍ଭବତୀ ହୋଇଥାଏ। ତେବେ ଏହି ମାମଲାରେ ଏପରି ଘଟଣାକୁ ସାମଞ୍ଜସ୍ୟ କରାଯାଇଛି।

ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡକ୍ଟର ଜୁଲିଆ ସେନୋଫୋଣ୍ଟେ କହିଛନ୍ତି, ମାର୍କୋଙ୍କ ହରମୋନ ଥେରାପି ତୁରନ୍ତ ବନ୍ଦ ହେବା ଆବଶ୍ୟକ ନଚେତ ଗର୍ଭସ୍ଥ ଶିଶୁ ବିପଦ ଆସିପାରେ। ସେହିପରି ଚିକିତ୍ସା ତୁରନ୍ତ ବନ୍ଦ ନ ହେଲେ ପରିଣାମ ଖରାପ ହୋଇପାରେ।

Share