କମିଶନରେଟ ପୋଲିସରେ ଅଦଳବଦଳ: ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୧୭।୮(ବ୍ୟୁରୋ):କଟକ-ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ଼ଧରଣର ବଦଳି ହୋଇଛି। ୨ ଡିସିପିଙ୍କ ସମେତ ୧୭ ଥାନା ଅଧିକାରୀ ଓ ୫ ଏସ୍‌ଆଇଙ୍କୁ ବଦଳି କରାଯାଇଥିବା ନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କମିଶନରେଟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟକରୁଥିବା ଅତିରିକ୍ତ ଡିସିପି କିଶୋର ଚନ୍ଦ୍ର ପାଟ୍ଟଶାଣୀଙ୍କୁ ଭୁବନେଶ୍ୱର ୟୁପିଡି ଓ ଅତିରିକ୍ତ ଡିସିପି ସୁବାସ ଚନ୍ଦ୍ର ମହାନ୍ତିଙ୍କୁ କମିଶନରେଟ ପୋଲିସ ମୁଖ୍ୟାଳୟ ଗୋଇନ୍ଦା ବିଭାଗକୁ ବଦଳି କରାଯାଇଛି। ସେହିପରି କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଭରତ କୁମାର ସାହୁଙ୍କୁ ବଦଳି କରାଯାଇ କ୍ୟାପିଟାଲ ଥାନା ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିବାବେଳେ ଶରତ କୁମାର ସାହୁଙ୍କୁ ନୟାପଲ୍ଲୀ ଥାନା ଅଧିକାରୀ ଓ ଯୁବରାଜ ସ୍ବାଇଁଙ୍କୁ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ଅନ୍ୟପକ୍ଷରେ ନୟାପଲ୍ଲୀ ଥାନା ଅଧିକାରୀ ଥିବା ଅରୁଣ କୁମାର ସ୍ବାଇଁଙ୍କୁ ଖାରବେଳନଗର ଥାନା ଅଧିକାରୀ ଦାୟିତ୍ୱ ମିଳିଛି। କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ଲକ୍ଷ୍ମୀସାଗର ଥାନାକୁ ବଦଳି କରାଯାଇଛି। ଖାରବେଳନଗର ଥାନା ଅଧିକାରୀ ବିଶ୍ୱ ରଞ୍ଜନ ସେନାପତିଙ୍କୁ ନନ୍ଦନକାନନ ଥାନା, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ବଡ଼ଗଡ଼ ଥାନା, କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଦୀପକ କୁମାର ମିଶ୍ରଙ୍କୁ ଏୟାରଫିଲ୍ଡ ଥାନା ଓ ଭୁବେନେଶ୍ୱର ୟୁପିଡିରେ ଥିବା ଅଞ୍ଜଳି ଛୋଟରାୟଙ୍କୁ ଚନ୍ଦ୍ରଶେଖପୁର ଟ୍ରାଫିକ ଥାନା ଅଧିକାରୀ ଦାୟିତ୍ୱ ମିଳିଛି। ସେହିପରି ଳକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକଙ୍କୁ ଧଉଳି ଥାନା, ଚନ୍ଦ୍ରଶେଖରପୁର ଥାନା ଟ୍ରାଫିକ ଥାନା ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ତମାଣ୍ଡୋ ଥାନା, ଶହୀଦନଗର ଥାନା ଅଧିକାରୀ ବିରଞ୍ଚତ୍ ନାରାୟଣ ପତିଙ୍କୁ ଚୌଦ୍ୱାର ଥାନା, ଖଣ୍ଡଗିରି ଥାନା ଅଧିକାରୀ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ବାଦାମବାଡି ଥାନା, ମର୍କତନଗର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେରଙ୍କୁ ଜଗତପୁର ଥାନା, ଜଗତପୁର ଥାନା ଅଧିକାରୀ ପ୍ରଦୀପ୍ତ କିଶୋର ନାୟକଙ୍କୁ ମର୍କତନଗର ଥାନା, ଚୈଦ୍ୱାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କୁ ଖଣ୍ଡଗିରି ଥାନା, ବାଦାମବାଡି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁଙ୍କୁ ଶହୀଦନଗର ଥାନା ଅଧିକାରୀ ଭାବେ ନୂଆ ଦାୟିତ୍ୱ ମିଳିଛି। ଏଥିସହ ଟୁଇନ୍‌ସିଟିରେ କାର୍ଯ୍ୟରତ ୫ ଜଣ ଏସ୍‌ଆଇଙ୍କ ସମେତ ଜଣେ ଏଏସଆଇଙ୍କର ମଧ୍ୟ କମିଶନରେଟ ପୋଲିସ ଥାନା ଅଞ୍ଚଳରେ ବଦଳି କରାଯାଇଛି। ତେବେ କରୋନା ସଂକଟବେଳେ ଏପରି ବଦଳିକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।

Share