ଡିଏସ୍‌ପି ସ୍ତରରେ ଅଦଳବଦଳ

କଟକ ଅଫିସ,୨୦ା୮: ଡିଏସ୍‌ପି ସ୍ତରରେ ଅଦଳବଦଳ ହୋଇଥିବା ନେଇ ବୁଧବାର ରାଜ୍ୟ ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ମୁଖ୍ୟାଳୟ ଡିଏସ୍‌ପି ଡି. ତିରୁପତି ରାଓ ପଟ୍ଟନାୟକଙ୍କୁ ଜି. ଉଦୟଗିରି ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ପାରଳାଖେମୁଣ୍ଡି ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ଜେନାଙ୍କୁ ବ୍ରହ୍ମପୁର ମୁଖ୍ୟାଳୟ ଡିଏସ୍‌ପି, ବ୍ରହ୍ମପୁର ମୁଖ୍ୟାଳୟ ଡିଏସ୍‌ପି ରାମକୃଷ୍ଣ ପତିଙ୍କୁ ପାରଳାଖେମୁଣ୍ଡି ଏସ୍‌ଡିପିଓ ଭାବେ ବଦଳି କରାଯାଇଛି। କଳାହାଣ୍ଡି ମୁଖ୍ୟାଳୟ ଡିଏସ୍‌ପି ଗୁଣନିଧି ମଲ୍ଲିକଙ୍କୁ କୋରାପୁଟ ସଦର ଏସ୍‌ଡିପିଓ, ସମ୍ବଲପୁର ମୁଖ୍ୟାଳୟ ଡିଏସ୍‌ପି ହିମାଂଶୁ ଭୂଷଣ ବେହେରାଙ୍କୁ ବଡ଼ବିଲ ଏସ୍‌ଡିପିଓ, କୋରାପୁଟ ସଦର ଏସ୍‌ଡିପିଓ ବଳଭଦ୍ର ଦୀପ୍‌ଙ୍କୁ ମାଲକାନଗିରି ମୁଖ୍ୟାଳୟ ଡିଏସ୍‌ପି, କରଞ୍ଜିଆ ଏସ୍‌ଡିପିଓ ନାରାୟଣ ନାୟକଙ୍କୁ କଳାହାଣ୍ଡି ମୁଖ୍ୟାଳୟ ଡିଏସ୍‌ପି, ବଡ଼ବିଲ ଏସ୍‌ଡିପିଓ ସତ୍ୟବିକାଶ ଭୂୟାଁଙ୍କୁ କରଞ୍ଜିଆ ଏସ୍‌ଡିପିଓ ଏବଂ ଭଦ୍ରକ ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ଅଶୋକ ଦାସଙ୍କୁ ଅନୁଗୋଳ ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି।

Share