Categories: ଜାତୀୟ

୮ ଚିତାଙ୍କ ମୃତ୍ୟୁ ପରେ ହଟିଲେ କୁନୋ ଜାତୀୟ ଉଦ୍ୟାନର ବନ ଅଧିକାରୀ

ଭୋପାଳ,୧୮।୭: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୪ ମାସରୁ କମ୍‌ ସମୟ ମଧ୍‌ୟରେ ୫ ବୟସ୍କ ଚିତା ଏବଂ ୩ ଛୁଆ ଚିତାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସୋମବାର ଜଙ୍ଗଲ ମୁଖ୍ୟ ସଂରକ୍ଷଣକାରୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ୧୯୮୭ ବ୍ୟାଚ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ଜେଏସ ଚୌହାନଙ୍କୁ ରାଜ୍ୟର ପିସିସିଏଫ୍‌- ବନ୍ୟପ୍ରାଣୀ ପଦରୁ ସ୍ଥାନାନ୍ତର କରାଯାଇଛି ।

ମଧ୍ୟପ୍ରଦେଶ ସରକାର ସୋମବାର ବନ ଅଧିକାରୀ ଜେଏସ ଚୌହାନଙ୍କୁ ହଟାଇ ତାଙ୍କ ସ୍ଥାନରେ ଅସିମ ଶ୍ରୀବାସ୍ତବଙ୍କୁ ନିଯୁକ୍ତ କରିଛନ୍ତି। ଏକ ସରକାରୀ ଆଦେଶ ଅନୁଯାୟୀ, ଚୌହାନ ବର୍ତ୍ତମାନ ଶ୍ରୀବାସ୍ତବଙ୍କ ସ୍ଥାନରେ ଭୋପାଳ ପିସିସିଏଫ ମୁଖ୍ୟାଳୟରେ ରହିବେ। ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହୋଇଥିବା ଏହି କ୍ରମରେ ଚୌହାନଙ୍କ ସ୍ଥାନାନ୍ତରର କାରଣ ଦିଆଯାଇ ନାହିଁ।

Share