Categories: ଖେଳ

ଅକ୍ସନ ପୂର୍ବରୁ ଆର୍‌ସିବିରେ ବଡ଼ ପରିବର୍ତ୍ତନ: ଶାହାବାଜଙ୍କ ସ୍ଥାନରେ ଏହି ଖେଳାଳିଙ୍କ ହେଲା ଏଣ୍ଟ୍ରି

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ୍‌ ୨୦୨୪ ଅକ୍ସନ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଟିମ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି। ଅଲରାଉଣ୍ଡର ଶାହାବାଜ ଅହମ୍ମଦ ଟିମ୍‌ରୁ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦର ମୟଙ୍କ ଡାଗରଙ୍କୁ ସାମିଲ କରାଯାଇଛି। ତେବେ ଶାହାବାଜ ଏବେ ସନରାଇଜର୍ସ ପକ୍ଷରୁ ଖେଳିବେ ବୋଲି ଜଣାପଡ଼ିଛି।

ଏଯାବତ ଶାହାବାଜ ଆଇପିଏଲ୍‌ରେ ୩୯ ମ୍ୟାଚ୍‌ ଖେଳିଥିବା ବେଳେ ୧୪ ଉଇକେଟ ନେଇଛନ୍ତି। ଏଥିରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୭ରନ୍‌ ଦେଇ ୩ ଉଇକେଟ ହାସଲ କରିବାର ରହିଥିଲା। ସେ ୨୦୨୦ରୁ ଆର୍‌ସିବି ପାଇଁ ଖେଳୁଥିଲେ ହେଲେ ଏବେ ତାଙ୍କୁ ସନରାଇଜର୍ସ ସହ ଯୋଡ଼ାଯାଇଛି। ଗତବର୍ଷ ଶାହାବାଜଙ୍କୁ ମେଗା ନିଲାମରେ ଆର୍‌ସିବି ୨.୪ କୋଟି ଟଙ୍କାରେ କିଣିଥିଲା।

Share