ନୂଆଦିଲ୍ଲୀ,୭।୬: ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀ, ବି.ଆର୍. ଆମ୍ବେଡ୍କର ଏବଂ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିକୁ ସେମାନଙ୍କ ମୂଳ ସ୍ଥାନରୁ ହଟାଇ ଦିଆଯାଇଛି। ସେଗୁଡ଼ିକୁ ପୁରୁଣା ପାର୍ଲାମେଣ୍ଟ ବିଲ୍ଡିଂ ନିକଟରେ ଥିବା ଲନ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରତିମୂର୍ତ୍ତିଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ ନେଇ କଂଗ୍ରେସ କଡ଼ା ସମାଲୋଚନା କରିଛି। ଆଦିବାସୀ ନେତା ବିର୍ସା ମୁଣ୍ଡା, ମହାରାଣା ପ୍ରତାପଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାନାନ୍ତର ହୋଇଛି। ଏହା ଅତ୍ୟନ୍ତ ନିର୍ଦ୍ଦୟ ଘଟଣା ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ୍ସ’ରେ ଟୁଇଟ୍ କରିଛନ୍ତି। ମହାରାଷ୍ଟ୍ର ଭୋଟରମାନେ ଭାଜପାକୁ ଭୋଟ ନ ଦେବାରୁ ଶିବାଜୀ ଏବଂ ଆମ୍ବେଡ୍କରଙ୍କ ପ୍ରତିମୂର୍ତ୍ତିକୁ ସେମାନଙ୍କ ମୂଳ ସ୍ଥାନରୁ ହଟାଇ ଦିଆଗଲା ବୋଲି କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ପଓ୍ବନ ଖେରା କହିଛନ୍ତି।