Categories: ଜାତୀୟ

ପିଏମ୍‌ କେୟାର୍ସ ଫଣ୍ଡ୍‌ ଏନ୍‌ଡିଆରଏଫ୍‌କୁ ହେବନି ସ୍ଥାନାନ୍ତର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୮।୮: ପିଏମ୍‌ କେୟାର୍ସ ଫଣ୍ଡ ଏନ୍‌ଡିଆରଏଫ୍‌କୁ ସ୍ଥାନାନ୍ତର ହେବନି ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି। ଏହା ସହିତ ଏନେଇ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏହା ଏକ ଦାତବ୍ୟ ଫଣ୍ଡ୍‌ ବୋଲି କୋର୍ଟ କହିଛନ୍ତି। ତେଣୁ ଏଥିରେ ଜମା ହୋଇଥିବା ଟଙ୍କା ସ୍ଥାନାନ୍ତର କରିବାର ଆବଶ୍ୟକତା ନ ଥିବା କୋର୍ଟ କହିଛନ୍ତି। ଅପରପକ୍ଷରେ ଯେ କୌଣସି ବ୍ୟକ୍ତି ଅବା ସଂସ୍ଥା ଏନ୍‌ଡିଆରଏଫ୍‌କୁ ମଧ୍ୟ ଦାନ କରିପାରିବେ। ୨୦୧୯ରେ ଗଠନ କରାଯାଇଥିବା ଏନ୍‌ଡିଆରଏଫ୍‌ କରୋନା ମହାମାରୀ ସଙ୍କଟର ମୁକାବିଲା କରିବା ଲାଗି ପ୍ରର୍ଯ୍ୟାପ୍ତ। ତେଣୁ କୌଣସି ନୂଆ ଆକ୍ସନ୍‌ ପ୍ଲାନ୍‌ ଅଥବା ନ୍ୟୁନତମ ମାନକକୁ ଅଲଗା କରାଯିବା ଆବଶ୍ୟକତା ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ସେଣ୍ଟର ଫର୍‌ ପବ୍ଲିକ୍‌ ଇଣ୍ଟ୍ରେଷ୍ଟ୍‌ ଲିଟଗେଶନ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା ଯେ, ଆଇନର ଉଲ୍ଲଂଘନ କରାଯାଇ ପିଏମ୍‌ କେୟାର୍ସ ଫଣ୍ଡ୍‌ ଗଠନ କରାଯାଇଛି। ତେଣୁ ଏଥିରେ ଜମା ହୋଇଥିବା ଦାନ ଟଙ୍କା ଏନ୍‌ଡିଆରଏଫ୍‌କୁ ସ୍ଥାନାନ୍ତର ହେବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

Share