ଆଇପିଏସ୍‌ ସ୍ତରରେ ଅଦଳବଦଳ, ବିନୟତୋଷ ମିଶ୍ର ହୋମଗାର୍ଡ ଡିଜି

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ବରିଷ୍ଠ ଆଇପିଏସ୍‌ ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ମିଳିଥିବା ବେଳେ ସେ ଏସ୍‌ପି ଆର୍‌ବି ନିର୍ଦ୍ଦେଶକ ସହ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ସେହିପରି କମ୍ୟୁନିକେଶନ ଡିଜି ଅରୁଣ ରାୟଙ୍କୁ ଗୃହ ବିଭାଗ ଓଏସ୍‌ଡି ଭାବେ ଅବସ୍ଥାପିତ କରାଯାଇ ଥିବା ବେଳେ ଏଚ୍‌ଆର୍‌ପିସି ସ୍ପେଶାଲ ଡିଜି ସିଦ୍ଧାର୍ଥ ନର୍ଭାଣେଙ୍କୁ ଓଏସ୍‌ଡି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।

Share