ଆଇଏଏସ୍‌, ଓଏଏସ୍‌ ଅଫିସର ସ୍ତରରେ ବଦଳି

ଭୁବନେଶ୍ୱର,୪। ୮(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ଏବଂ ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ୍‌ ଅଫିସର ତଥା ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବ୍ରହ୍ମପୁର କନସୋଲିଡେଶନ ଓ ସେଟଲମେଣ୍ଟ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ସନତ କୁମାର ମହାନ୍ତିଙ୍କୁ ଖୋର୍ଦ୍ଧା ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୨୦୧୮ ବ୍ୟାଚ ଆଇଏଏସ୍‌ କୀର୍ତ୍ତୀ ଭାସନ ଭି.ଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ କରିବା ପରେ ଗଞ୍ଜାମ କୋଭିଡ୍‌ ପରିଚାଳନା ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶୁଭଙ୍କର ମହାପାତ୍ରଙ୍କୁ କାଲିଗୁଡା ଉପଜିଲାପାଳ, ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁର ଉପ ଜିଲାପାଳ ଏବଂ ଜେ. ସୋନାଲଙ୍କୁ ଗଜପତି ଜିଲା କୋଭିଡ୍‌ ପରିଚାଳାନା ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି।

Share