ଆଇଏଫ୍‌ଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ରାଜ୍ୟରେ ଆଇଏଫ୍‌ଏସ୍‌ ସ୍ତରରେ ଅଦଳ ବଦଳ ହୋଇଛି। ଏ ନେଇ ସୋମବାର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସିଇଓ ସୁଶାନ୍ତ ନନ୍ଦଙ୍କୁ ପରିବେଶ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ଏଥିସହିତ ସେ ସିଡିଏର ସିଇଓ ଭାବେ ଅତିରିକ୍ତ ଦାୟତ୍ୱ ତୁଲାଇବେ। ସେହିପରି କଟକ ସିସିଏଫ୍‌(କେନ୍ଦୁଲିଫ୍‌) ଅରୁଣ କୁମାର ସ୍ବାଇଁଙ୍କୁ ଓଏଫ୍‌ଡିସି ନିର୍ଦ୍ଦେଶକ(କମର୍ସିଆଲ) ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ସାତକୋଶିଆ(ବନ୍ୟପ୍ରାଣୀ) ଡିଏଫ୍‌ଓ ରାମାସ୍ବାମୀ ପି.ଙ୍କୁ ପୁରୀ(ବନ୍ୟପ୍ରାଣୀ) ଡିଏଫ୍‌ଓ, ଭଦ୍ରକ (ବନ୍ୟପ୍ରାଣୀ) ଡିଏଫ୍‌ଓ ପୂର୍ଣ୍ଣିମା ପି.ଙ୍କୁ ଖୋର୍ଦ୍ଧା ଡିଏଫ୍‌ଓ, ଅନୁଗୋଳ ଡିଏଫ୍‌ଓ ରବି ମିନାଙ୍କୁ ସାତକୋଶିଆ(ବନ୍ୟପ୍ରାଣୀ) ଡିଏଫ୍‌ଓ, ବାରିପଦା ଡିଏଫ୍‌ଓ ଯାଦବ ସୁଦର୍ଶନ ଗୋପୀନାଥଙ୍କୁ ଆଠଗଡ଼ ଡିଏଫ୍‌ଓ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କା(ଓଏଫ୍‌ଏସ୍‌)ଙ୍କୁ ଭୁବନେଶ୍ୱର ପିସିସିଏଫ୍‌ କାର୍ଯ୍ୟାଳୟରେ ଡିସିଏଫ୍‌ ଭାବେ ଦାୟିତ୍ୱ ଦିଆଯାଇଛି।

Share