ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ଟିପିର ରୂପାନ୍ତରିତ ଅବଦାନ

ଭୁବନେଶ୍ୱର,୨୯।୧: ଟାଟା ପାୱାର (ଟିପି)ର ସର୍ବବୃହତ୍‌ ଷ୍ଟଲ୍‌ ଉତ୍କର୍ଷ ଓଡ଼ିଶା:ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫’ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶାର ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ଟିପିର ରୂପାନ୍ତରିତ ଅବଦାନ ଉପରେ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ବିଶ୍ୱର ଏକ ଅଗ୍ରଣୀ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଶିଳ୍ପ ହବ୍‌ରେ ପରିଣତ ହେବା ଲାଗି ରାଜ୍ୟର ରହିଥିବା ଅଭିଳାଷକୁ ୨୪ଘଣ୍ଟିଆ ବିଦ୍ୟୁତ୍‌ ଶକ୍ତି ଜରିଆରେ ସମର୍ଥନ କରିବା ଉପରେ ଏହି କାର୍ଯ୍ୟକ୍ରମ ବେଶ୍‌ ଗୁରୁତ୍ୱାରୋପ କରୁଛି। ସେହିଭଳି ଓଡ଼ିଶାର ଚାରିଟି ଡିସ୍‌କମ୍‌ ଟିପିସିଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡିଏଲ୍‌ ଏବଂ ଟିପିଡବ୍ଲ୍ୟୁଓଡିଏଲ୍‌ର ଅପରେଟର ଭାବେ ଟାଟା ପାୱାର ଓଡ଼ିଶାବାସୀଙ୍କୁ ସେବା ଯୋଗାଉଛି। ଏପରିକି ଡିସ୍‌କମ୍‌ର ୫୫୭ ଗ୍ରାହକ ସେବା କେନ୍ଦ୍ରର ଦୃଢ଼ ନେଟ୍‌ୱର୍କ ଜରିଆରେ ୯୬.୬ ଲକ୍ଷରୁ ଅଧିକ ଗ୍ରାହକଙ୍କୁ କମ୍ପାନୀ ସେବା ପ୍ରଦାନ କରୁଛି। ସେହିପରି କମ୍ପାନୀ ପକ୍ଷରୁ ସ୍ମାର୍ଟ ବିଦ୍ୟୁତ୍‌ ବିତରଣ ବ୍ୟବସ୍ଥାରେ ହୋଇଥିବା ଉନ୍ନତି ସମେତ ସ୍କାଡା ସହ ୭୦୦ରୁ ଅଧିକ ପ୍ରାଥମିକ ସବ୍‌ଷ୍ଟେଶନ୍‌ (ପିଏସ୍‌ଏସ୍‌) ର ସମନ୍ବୟକୁ ନିବେଶ ସମ୍ମିଳନୀ ପ୍ରଦର୍ଶିତ କରାଯାଇଛି,ଯାହା ପରିଚାଳନା ଦକ୍ଷତା ଓ ସେବା ଭରସାଯୋଗ୍ୟତାରେ ଉଲ୍ଲେଖନୀୟ ଉନ୍ନତି ଆଣିବ। ଓଡ଼ିଶାର ସ୍ଥାୟୀ ବିକାଶ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇ ଟାଟା ପାୱାର ପକ୍ଷରୁ ସୋଲାର, ପବନ ଓ ଶକ୍ତି ସଂରକ୍ଷଣ ପ୍ରକଳ୍ପ ଜରିଆରେ ଅକ୍ଷୟ ଶକ୍ତିରେ ନେତୃତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି। କମ୍ପାନୀ ପକ୍ଷରୁ ପ୍ରଯୁକ୍ତି ଆଧାରିତ ସମାଧାନ ଜରିଆରେ ଗ୍ରାହକଙ୍କୁ ସଶକ୍ତ କରିବା ପାଇଁ ଦିଆଯାଉଥିବା ଧ୍ୟାନ ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ଏହି ୨ ଦିନିଆ ନିବେଶ ସମ୍ମିଳନୀରେ ବିଶ୍ୱର ଅଗ୍ରଣୀ ଲିଡର ଓ ନିବେଶକମାନେ ଏକତ୍ରିତ ହୋଇଛନ୍ତି; ଯାହା ଓଡ଼ିଶାର ଶିଳ୍ପ ଦୃଢ଼ତା ଓ ସୁଯୋଗ ଉପରେ ଆଲୋକପାତ କରୁଛି। ଟାଟା ପାୱାରର ଅଂଶଗ୍ରହଣ ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ସ୍ବଚ୍ଛ ଶକ୍ତି ଗ୍ରହଣୀୟତା ଓ ରାଜ୍ୟର ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଓଡ଼ିଶା ସରକାରଙ୍କ ସହ ସହଯୋଗିତା ପ୍ରତି କମ୍ପାନୀର ରହିଥିବା ସମର୍ପଣ ଭାବକୁ ଦର୍ଶାଉଛି। କମ୍ପାନୀ ପକ୍ଷରୁ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌), ଇଲେକ୍ଟ୍ରିକ୍‌ ଯାନ (ଇଭି), ଚାର୍ଜିଂ ଓ ହୋମ୍‌ ଅଟୋମେସନ୍‌ରେ ସମାଧାନଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri