ମୁକୁଳା ଟ୍ରାନ୍ସଫର୍ମର ହେଲା କାଳ: ଚାଲିଗଲା ଜୀବନ

ଭବାନୀପାଟଣା,୨୫।୧୦(ସ୍ବ.ପ୍ର.): ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ଅକାରଣେ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଏକ ଅଭିଯୋଗ ହୋଇଛି କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧମୁଣ୍ଡା ଗାଁରେ। ପ୍ରାତଃଭ୍ରମଣରୁ ଫେରିବା ବେଳେ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟ ଘଟିଛି। ଅନ୍ୟପଟେ କ୍ଷତିପୂରଣ ଦାବିରେ ମୃତଦେହ ରଖି ପରିବାରବର୍ଗ ଗ୍ରାମବାସୀ ୨୬ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ୬ ଘଣ୍ଟା ଧରି ଅବରୋଧ କରିଥିଲେ। ପରେ ପ୍ରଶାସନ ଓ ବିଦ୍ୟୁତ୍‌ ବିଭାଗର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା।
ସୂଚନାଯୋଗ୍ୟ, ଗାଁର ଲକ୍ଷ୍ମଣ ଗୌଡ଼ ପ୍ରାତଃଭ୍ରମଣରେ ଯାଇ ଘରକୁ ଫେରିବା ସମୟରେ କିଛି ବୁଲା କୁକୁର ତାଙ୍କ ଆଡକୁ ଦୌଡ଼ି ଆସିଥିଲେ। ଏହି ସମୟରେ ଘନ କୁହୁଡି ଯୋଗୁ ରାସ୍ତାକୁ ଲାଗି ରହିଥିବାମୁକୁଳା ଟ୍ରାନ୍ସଫର୍ମର ଆଡକୁ ସେ ଚାଲି ଯାଇଥିଲେ। ଫଳରେ ଟ୍ରାନ୍ସଫର୍ମର ତାର ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇଥିଲେ।
ପରିବାର ଲୋକେ ଖବରପାଇ ତାଙ୍କୁ ପାଷ୍ଟିଗୁଡି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଓ ଗ୍ରାମବାସୀ ମୃତଦେହକୁ ମେଡିିକାଲରୁ ଆଣି
ଜାତୟ ରାଜପଥ ୨୬ ପାଷ୍ଟିଗୁଡି ଛକ ନିକଟରେ ରଖି ରାସ୍ତା ଅବରୋଧ କରିଥିଲେ। ଟ୍ରାନ୍ସଫର୍ମର ସ୍ଥାନ ପରିବର୍ତ୍ତନ ଓ ମୃତ ଯୁବକଙ୍କ ପରିବାରକୁ ୧୦ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଥିଲେ। ୬ ଘଣ୍ଟା ଧରି ରାସ୍ତା ଅବରୋଧ ଫଳରେ ଳରେ ରାସ୍ତାର ଉଭୟ ପାର୍ଶରେ ଶହ ଶହ ଯାନବାହନ ଅଟକି ରହିଥିଲା। ବରଗଡ଼, ବୋରିଗୁମ୍ମା, ବିଶାଖାପାଟଣା, ରାୟପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।