ଓ୍ବାଶିଂଟନ,୪।୧୧: ଆମେ ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଥର ପାଇଁ ଜଣେ ଜଣେ କିନ୍ନର ସିନେଟ୍ ସଦସ୍ୟା ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ସରାହ ମକବ୍ରାଇଡ୍। ମକବ୍ରାଇଡ୍ ଡେଲାଓ୍ବେୟରରୁ ବିଜୟୀ ହୋଇଛନ୍ତି। ସେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଷ୍ଟିଭ୍ ଓ୍ବାଶିଂଟନଙ୍କୁ ପରାଜିତ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ମକବ୍ରାଇଡ୍ ହ୍ବାଇଟ୍ ହାଉସରେ କାର୍ଯ୍ୟ କରୁଥିଲେ। ୨୦୧୬ରେ ସେ ଦଳର ଜାତୀୟସ୍ତରୀୟ ବୈଠକରେ ଭାଷଣ ମଧ୍ୟ ଦେଇଥିଲେ। ଦୀର୍ଘ ବର୍ଷ ଧରି ରାଜ୍ୟ ସିନେଟର ଭାବେ କାର୍ଯ୍ୟ କରୁଥିବା ହ୍ୟାରିସ୍ ମକଡୋଭେଲ୍ ଅବସର ନେବା ପରେ ଡେଲାଓ୍ବେୟର ଆସନ ଖାଲି ପଡ଼ିଥିଲା। ମକବ୍ରାଇଡ୍ ଏହି ଅସନରୁ ଏବେ ବିଜୟୀ ହୋଇଛନ୍ତି।