ଟ୍ରାନ୍ସଜେଣ୍ଡର ସ୍କୁଲ ଛାତ୍ରଙ୍କୁ ୨୮ ଥର ଛୁରାମାଡ

ଲଣ୍ଡନ,୨୮।୧୧: ଜଣେ ୧୬ ବର୍ଷର ଟ୍ରାନ୍ସଜେଣ୍ଡର ଛାତ୍ର ଦୁଇ କିଶୋରଙ୍କ ଦ୍ୱାରା ଏତେ ନିର୍ଯ୍ୟାତନା ଦିଆଯାଇଥିଲା ଯେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚଳିତ ବର୍ଷ ଫେବୃଆରୀ ୧୧ରେ ବ୍ରିଆନା ଘିଙ୍କ ମୁଣ୍ଡ, ବେକ, ପିଠି ଏବଂ ଛାତିରେ ୨୮ଥର ଛୁରୀ ଭୁଷି ଦିଆଯାଇଥିଲା, ଫଳସ୍ବରୂପ ତାଙ୍କ ମତ୍ୟୁ ଘଟିଥିଲା।

ପୀଡିତଙ୍କ ମୃତଦେହ ଏକ ପାର୍କରେ କୁକୁର ବୁଲାଉଥିବା ଲୋକଙ୍କୁ ମିଳିଥିଲା। ଏହି ଘଟଣା ଉତ୍ତର ପଶ୍ଚିମ ଇଂଲଣ୍ଡର ୱାରିଙ୍ଗଟନରେ ଘଟିଛି। ଏହି ଘଟଣାରେ ଦୁଇ ଜଣ କିଶୋର ଅଭିଯୁକ୍ତିଙ୍କୁ ଚିହ୍ନଟ କରାଯାଇଥିଲା ଏହି ମାମଲାର ଶୁଣାଣି ବ୍ରିଟିଶ କୋର୍ଟରେ ଅନୁଷ୍ଠିତ ହୋଇଥିଲା। ଜଜମାନଙ୍କୁ ସୂଚନା ଦିଆଯାଇଥିଲା ଯେ ନାବାଳିକା ଟ୍ରାନ୍ସଜେଣ୍ଡର ଝିଅକୁ ଦୁଇ ହତ୍ୟାକାରୀଙ୍କ ଦ୍ୱାରା ନିରନ୍ତର ହିଂସା ଓ ନିର୍ଯ୍ୟାତନା ଦିଆଯାଇଥିଲା, ଯାହାଦ୍ୱାରା ତାଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା।
ଏହି ମାମଲା ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲା କାରଣ ଦୁଇଜଣ ୧୫ ବର୍ଷ ବୟସ୍କ କିଶୋରଙ୍କୁ ଏପରି ଜଘନ୍ୟ ହତ୍ୟାରେ ଦୋଷଈ ସାବ୍ୟସ୍ତ କରାଯାଇଛି। ମଞ୍ଚେଷ୍ଟର କ୍ରାଉନ କୋର୍ଟର ଜଣେ ଓକିଲ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ୧୫ ବର୍ଷ ବୟସରେ ଏହି ଦୁଇ ଯୁବକ ବ୍ରିଆନା ଘିକୁ ହତ୍ୟା କରିବାର ଏକ ସପ୍ତାହ ପୂର୍ବରୁ ଯୋଜନା କରିଥିଲେ। ତେବେ ଉଭୟ ଅଭିଯୁକ୍ତ କୋର୍ଟରେ ହତ୍ୟା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଓକିଲ ଦିନା ହେର ଏହି ମାମଲାର ଶୁଣାଣି କରିବା ପରେ କହିଛନ୍ତି ଯେ ଉଭୟ ନାବଳକ ଘିକୁ ହତ୍ୟା କରିବା ପାଇଁ ଦୋଷୀ, ସେ ଦୁହେଁ ବ୍ରିଆନା ଘିକୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିଲେ।

Share