ଟ୍ରାନ୍ସଜେଣ୍ଡର ଆତ୍ମହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ମାରାଥନ ଜେରା

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ବୁଲୁ ବିଷୋୟୀଙ୍କ ଘରୁ ଗତ ୧୨ ତାରିଖ ସକାଳେ କୋଟିନଡା ଗ୍ରାମର ଟ୍ରାନ୍ସଜେଣ୍ଡର ଅଜିତ ବିଷୋୟୀ ଓରଫ ଅର୍ଚ୍ଚିତାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଥିଲେ। ଖବରପାଇ କିନ୍ନର ସଂଘ ରାଜ୍ୟ କାର୍ଯ୍ୟକର୍ତ୍ତା ସ୍ବିଟି କୁମାରୀଙ୍କ ସହ ବହୁ ସଂଖ୍ୟକ ଟ୍ରାନ୍ସଜେଣ୍ଡର ଦିଗପହଣ୍ଡି ଥାନାରେ ପହଞ୍ଚି ଆଇଆଇସି ପ୍ରଶାନ୍ତ କୁମାର ପାତ୍ରଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ମୃତ୍ୟୁର ପ୍ରକୃତ ତଥ୍ୟ ଉନ୍ମୋଚନ ପାଇଁ ସେମାନେ ଦାବି କରି ଫେରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଅଜିତ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା। ତାଙ୍କର ଜଣେ ପୁରୁଷ ବନ୍ଧୁ ଟ୍ରାନ୍ସଜେଣ୍ଡର ଅଜିତଙ୍କୁ ମାନସିକ ଯନ୍ତ୍ରଣା ଓ ମାରପିଟ କରିବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୋଲିସର ତଦନ୍ତରୁ ଜଣାପଡିଥିଲା।

ଏହି ଘଟଣାରେ ଦିଗପହଣ୍ଡି ପୋଲିସ ଦିଗପହଣ୍ଡି- ଚିକିଟି ରୋଡର କାଳିଆ ନଗରରେ ରହୁଥିବା ଅଜିତଙ୍କ ପୁରୁଷ ବନ୍ଧୁ ଉମେଶ ମହାଙ୍କୁଡ ଓରଫ ବବୁଲଙ୍କୁ ଗିରଫ କରି ଗତ ବୁଧବାର କୋର୍ଟ ଚାଲାଣ କରିଥିଲେ। ଥାନା ମାମଲା ନଂ.୧୪୧/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଅଜିତଙ୍କ ଠାରୁ ୫ ଲକ୍ଷ ଟଙ୍କା ଓ ବାଇକ ନେଇଯାଇଥିବା ବବୁଲ ଏବଂ ତାଙ୍କ ପରିବାରଙ୍କ ନିକଟରୁ ଟଙ୍କା ଆଦାୟ କରି ଅଜିତଙ୍କ ପରିବାର ଲୋକଙ୍କୁ ଦିଆଯିବା ଏବଂ କ୍ଷତିପୂରଣ ଦାବିରେ କିନ୍ନର ସଂଘର ବହୁ ସଂଖ୍ୟକ ସଦସ୍ୟ ଏବଂ କୋଟିନଡ଼ା ଗ୍ରାମର କିଛି ବ୍ୟକ୍ତି ଉକ୍ତ ଦିନ ସନ୍ଧ୍ୟାରେ ଦିଗପହଣ୍ଡି ଥାନା ଘେରାଉ କରିଥିଲେ।

ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଅତିତରବରିଆ ଭାବେ କୋର୍ଟ ଚାଲାଣ କରିବାର କାରଣ ନେଇ ସେମାନେ ପୋଲିସ ଠାରୁ ଉତ୍ତର ଚାହିଁଥିଲେ। ଖବର ପାଇ ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ ଅଧିକ ସଂଖ୍ୟକ ଫୋର୍ସ ନେଇ ଦିଗପହଣ୍ଡି ଥାନାରେ ପହଞ୍ଚି ବୁଝାସୁଝା କରିବା ପରେ ସେମାନେ ଫେରିଥିଲେ। ଅଧିକ ଜେରା ପାଇଁ ପୋଲିସ ଅଭିଯୁକ୍ତ
ବବୁଲଙ୍କୁ ଗୋଟିଏ ଦିନ ରିମାଣ୍ଡରେ ଆଣିବା ପାଇଁ ଦିଗପହଣ୍ଡି କୋର୍ଟରେ ଆବେଦନ କରିଥିଲେ। ସୋମବାର ବବୁଲଙ୍କୁ ଦିଗପହଣ୍ଡି ସବ ଜେଲରୁ ରିମାଣ୍ଡରେ ଆଣି ପୋଲିସ ମାରାଥନ ଜେରା କରିବା ପରେ କୋର୍ଟରେ ହାଜର କରିଥିଲେ। ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଙ୍କୁ ପୁଣି ସବଜେଲ ହାଜତକୁ ପଠାଇ ଦିଆଯାଇଛି।

ଖବର ପାଇ ବ୍ରହ୍ମପୁର ଟ୍ରାନ୍ସଜେଣ୍ଡର ସଂଘର ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା, ବହୁ ସଂଖ୍ୟକ ସଦସ୍ୟ ବୃନ୍ଦ ଏବଂ କୋଟିନଡ଼ା ଗ୍ରାମର କିଛି ବ୍ୟକ୍ତି ସୋମବାର ଅପରାହ୍ନରେ ଦିଗପହଣ୍ଡି ଥାନାରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତଙ୍କ ବାପା ଭାଇଙ୍କୁ କ୍ଷତିପୂରଣ ମାଗିଥିଲେ।ସେମାନେ ଅକ୍ଷମତା ପ୍ରକାଶ କରିବାରୁ ଟ୍ରାନ୍ସଜେଣ୍ଡର ସଂଘର ସଦସ୍ୟବୃନ୍ଦ ପାଟିତୁଣ୍ଡ କରିଥିଲେ। ପରେ ଉଭୟପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri