ଡବ୍ଲ୍ୟୁଡବ୍ଲ୍ୟୁଇରେ ଫାଇଟ୍ ଦ୍ୱାରା ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଟାଏଲର ରେକ୍ସ ଜଣେ କିନ୍ନର ବୋଲି ନିଜକୁ ପରିଚୟ ଦେଇଛନ୍ତି। ବର୍ତ୍ତମାନ ସେ ଗ୍ୟାବି ଟୁଫ୍ଟ ନାଁରେ ପରିଚିତ ହେବେ। ଗ୍ୟାବି ତାଙ୍କ ଇନ୍ଷ୍ଟାଗ୍ରାମରେ କେମିତି କିନ୍ନର ହେଲେ ସେ ସମ୍ପର୍କରେ ବିସ୍ତୃତ ଭାବେ ଲେଖିଛନ୍ତି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ରେସଲିଂରେ ଆକ୍ଟିଭ୍ ଥିଲେ। ଗ୍ୟାବି ଏକ ପ୍ରେସ ବିବୃତି ଜାରି କରି ଏଥିରେ ଡବ୍ଲ୍ୟୁଡବ୍ଲ୍ୟୁଇର ଷ୍ଟାର ଠାରୁ ଆରମ୍ଭ କରି ବଡି ବିଲ୍ଡର, ଫିଟନେସ ଗୁରୁ, ମୋଟିଭେସନାଲ ସ୍ପିକର ଏବଂ ମୋଟରସାଇକେଲ ରେସରୁ ବର୍ତ୍ତମାନ ଜଣେ ସୁନ୍ଦର ମହିଳା ହେବା ପର୍ଯ୍ୟନ୍ତ ସବୁକିଛି ଲେଖିଛନ୍ତି।
୨୦୧୪ରେ ଗ୍ୟାବି ନିଜର ପରିବାର ସହ ଅଧିକ ସମୟ ବିତାଇବା ପାଇଁ ରେସଲିଂକୁ ଅଲବିଦା କହି ଦେଇଥିଲେ। ସେ ଫିଟ୍ନେସ ଗୁରୁ ଏବଂ ମୋଟିଭେସନାଲ ସ୍ପିକର ମଧ୍ୟ। ସେ କହିଛନ୍ତି, ଗତ ଆଠ ମାସ ତାଙ୍କ ପାଇଁ ଜୀବନର ବହୁ କଷ୍ଟସାଧ୍ୟ ଥିଲା। ବର୍ତ୍ତମାନ ମୋତେ ପୂରା ସ୍ବାଧୀନତା ମିଳିଛି। ଯାହାକୁ ନେଇ ମୁଁ ବହୁତ ଖୁସି ଅଛି।