Categories: ଜାତୀୟ

ଜାତି ଭିତ୍ତିକ ଜନ ଗଣନାକୁ ନେଇ ଖୁସି ନୁହଁନ୍ତି ଟ୍ରାନ୍ସଜେଣ୍ଡର

ପାଟନା,୩।୧୦: ବିହାରର ନୀତୀଶ ସରକାର ସୋମବାର ଜାତି ଭିତ୍ତିକ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି। ବିହାର ଦେଶର ପ୍ରଥମ ରାଜ୍ୟ ଭାବରେ ଏଭଳି ତଥ୍ୟ ପ୍ରକାଶ କରିଛି, କିନ୍ତୁ ସର୍ଭେ ରିପୋର୍ଟକୁ ନେଇ ରାଜ୍ୟର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆକଳନକୁ ନେଇ ପ୍ରଶ୍ନ ଉଠିଛି। ଟ୍ରାନ୍ସଜେଣ୍ଡର କର୍ମୀ ରେଶମା ପ୍ରସାଦ ବିହାର ସରକାର ପ୍ରକାଶ କରିଥିବା ରିପୋର୍ଟକୁ ନକଲି ବୋଲି କହିଛନ୍ତି ଏବଂ ଗଣନା ପ୍ରକ୍ରିୟା ସମୟରେ ତାଙ୍କଠାରୁ ସବିଶେଷ ତଥ୍ୟ ନିଆଯାଇ ନାହିଁ ବୋଲି ସେ ଦାବି କରିଛନ୍ତି।
ରେଶମା କହିଛନ୍ତି, ରିପୋର୍ଟ ଅନୁଯାୟୀ, ବିହାର ସରକାର ଦାବି କରିଛନ୍ତି ଯେ ଟ୍ରାନ୍ସଜେଣ୍ଡର ଲୋକଙ୍କ ସଂଖ୍ୟା ମାତ୍ର ୮୨୫ ଥିବାବେଳେ ୨୦୧୧ଜନଗଣନାରେ ଆମ ଜନସଂଖ୍ୟା ୪୨,୦୦୦ ରୁ ଅଧିକ ଥିଲା। ସର୍ଭେ ଅଧିକାରୀମାନେ ବିହାରର ସମସ୍ତ ଟ୍ରାନ୍ସଜେଣ୍ଡର ଚିହ୍ନଟ କରିନାହାଁନ୍ତି। ମୋତେ ଗଣନା କରାଯାଇ ନ ଥିଲା, ମୋର ଜାତି ବିଷୟରେ କେହି ମୋତେ ପଚାରି ନ ଥିଲେ ବୋଲି ସେ କହିଛନ୍ତି।

Share