Categories: ଖେଳ

ମହିଳା ଇଭେଣ୍ଟରେ ଟ୍ରାନ୍ସଜେଣ୍ଡରଙ୍କୁ ବାରଣ

ଏଗ୍ଲେ (ସୁଇଜରଲାଣ୍ଡ),୧୪ା୭ (ଏପି): ଏଣିକି ପୁରୁଷରୁ ମହିଳା ହୋଇଥିବା ଟ୍ରାନ୍ସଜେଣ୍ଡର ଆଥଲେଟମାନେ ମହିଳା ସୋଇକ୍ଲିଂ ରେସ୍‌ଗୁଡ଼ିକରେ ଅଂଶଗ୍ରହଣ କରିପାରିବେ ନାହିଁ। ବିଶ୍ୱ ସାଇକ୍ଲିଂ ପରିଚାଳନା ପରିଷଦ (ୟୁସିଆଇ) ପକ୍ଷରୁ ଶୁକ୍ରବାର ସୂଚାଇ ଦିଆଯାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ଆମେରିକାର ଅଷ୍ଟିନ କିଲିପ୍ସ ପ୍ରଥମ ମହିଳା ଟ୍ରାନ୍ସଜେଣ୍ଡର ଭାବେ ନାମକ ଜଣେ ଏକ ଅଫିସିଆଲ ସୁଇକ୍ଲିଂ ଇଭେଣ୍ଟ ଜିତିବାପରେ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ ନିୟମ ସୋମବାରଠାରୁ କାର୍ଯ୍ୟକାରୀ ହେବ। କିଲିପ୍ସ ଟୁର୍‌ ଅଫ୍‌ ଗିଲାର ୫ମ ଷ୍ଟେଜ ଜିତିଥିଲେ। ତାଙ୍କ ବିଜୟକୁ ନେଇ କିଛି ସାଇକ୍ଲିଂ ପ୍ରେମୀ ଓ ପୂର୍ବତନ ରେସ୍‌ର ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଥିଲା। ସୂଚନାଯୋଗ୍ୟ, ଗତବର୍ଷ ୟୁସିଆଇ ତରଫରୁ ଟ୍ରାନ୍ସଜେଣ୍ଡରମାନଙ୍କୁ ରେସ୍‌ରେ ସୁଯୋଗ ଦେବା ପରିପ୍ରେକ୍ଷୀରେ ଏକ ନିୟମ କରିଥିଲେ। କୌଣସି ଟ୍ରାନ୍ସଜେଣ୍ଡର ମହିଳା ଇଭେଣ୍ଟରେ ଭାଗ ନେବାକୁ ଚାହଁୁଥିଲେ, ପ୍ରତିଯୋଗିତାର ଅତିକମ୍‌ରେ ୨୪ ମାସ ପୂର୍ବରୁ ଶରୀରରେ ତାଙ୍କ ଟେଷ୍ଟୋଷ୍ଟେରନର ସ୍ତର ୨.୫ରୁ କମ୍‌ ରହିବା ଆବଶ୍ୟକ। ଏଥିପାଇଁ ଜେଣ୍ଡର ହରମୋନ ଥେରାପିର ସହାୟତା ନିଆଯାଇ ପାରେ। ମାତ୍ର ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ନ ପାଇବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଜଣାପଡ଼ିବା ପରେ ୟୁସିଆଇ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି।

Share