Categories: ଜାତୀୟ

ଏଣିକି ଟ୍ରାନ୍ସଜେଣ୍ଡରଙ୍କୁ ସରକାରୀ ଚାକିରୀରେ ମିଳିବ ୧% ସଂରକ୍ଷଣ

କୋଲକାତା,୧୮।୬: ଏଣିକି ପଶ୍ଚିମବଙ୍ଗରେ ସରକାରୀ ଚାକିରି କ୍ଷେତ୍ରରେ ଟ୍ରାନ୍ସଜେଣ୍ଡର ସମୁଦାୟଙ୍କୁ ୧% ସଂରକ୍ଷଣ ମିଳିବ। ଏନେଇ ମଙ୍ଗଳବାର କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃଣାଳ ବାରିକ ବନାମ ପଶ୍ଚିମବଙ୍ଗ ରାଜ୍ୟ ଏବଂ ଅନ୍ୟ ମାମଲାରେ ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସାର୍ବଜନିକ ରୋଜଗାର ପଦଗୁଡ଼ିକରେ ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ଆରକ୍ଷଣ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଯାବତ ରାଜ୍ୟରେ କୌଣସି ଆରକ୍ଷଣ ବ୍ୟବସ୍ଥା ଲାଗୁ ନ ଥିବାରୁ ସରକାରଙ୍କୁ ଏଭଳି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Share