ବୁଗୁଡା ଏନ୍‌ଏସିରେ ଥର୍ମାଲ ସ୍କ୍ରିନିଂ ଜୋରଦାର

ବୁଗୁଡା,୧୦।୭(ଡି.ଏନ୍‌. ଏ.): ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବୁଗୁଡ଼ା
ଏନ୍‌ଏସିର ବିଭିନ୍ନ ସାହିରେ ଥର୍ମାଲ ସ୍କ୍ରିନିଂ ଜୋରଦାର ଚାଲିଛି। ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ସହରରେ ଲାଗୁହୋଇଥିବା ଶଟଡାଉନ ସମୟରେ ଡାକ୍ତରଙ୍କ ସମେତ ମହିଳା ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନଓ୍ବାଡିକର୍ମୀ, ଆଶା କର୍ମୀ, ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନେ ଘର ଘର ବୁଲି ଲୋକଙ୍କର ଥର୍ମାଲ ସ୍କ୍ରିନିଂ କରି ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। ଏହାସହ ସେମାନଙ୍କ କାଶ, ଥଣ୍ଡା, ଜ୍ବର ଆଦି ସମ୍ପର୍କରେ ପଚାରି
ବିସ୍ତୃତ ବିବରଣୀ ପ୍ରସ୍ତୁତ କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ତନ୍ମୟ ପାତ୍ର ,ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନ୍‌ଏସି ନିର୍ବାହୀ ରଶ୍ମି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ନିରୀକ୍ଷଣ କରୁଛନ୍ତି ।

Share