ଶେରଗଡ଼,୨।୭(ଡି.ଏନ୍.ଏ.):ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ପ୍ରତିଦିନ ତହସିଲ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଶେରଗଡ଼ ପରିବା ବଜାରକୁ ନିର୍ଜନ ସ୍ଥାନକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଗରୁବାର ଭୋରରୁ ତହସିଲଦାର ଡ଼. ଦୟାସିନ୍ଧୁ ପରିଡ଼ା ଗୋବିନ୍ଦପୁର ଗ୍ରାମର ବଡ଼ପୋଖରୀଠାରେ ପହଞ୍ଚିଥିଲେ। ପରେ ଡାକବାଜି ଯନ୍ତ୍ର ଦ୍ୱାରା ପୋଖରୀରେ ଗାଧୋଇବା ପାଇଁ ବାରଣ କରିଛନ୍ତି। ଘରେ ଗାଧୋଇବାକୁ ପରାମର୍ଶ ଦେବା ସହ ପୁରା ଗ୍ରାମ ବୁଲି ପୋଖରୀରେ ନ ଗାଧୋଇବାକୁ ଅନୁରୋଧ କରିଛନ୍ତି। ଏହି ସମୟରେ ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ସ୍ବାଇଁ, ସୁପରଭାଇଜର ମନୋଜ କୁମାର ନାହାକ ଓ ସରପଞ୍ଚ ସୀମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ